{ ତିର୍ତ୍ତୋଲରୁ ପ୍ରସଂଜିତ୍ ଦାସ } : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ର ଭାରିଷୋଳ ଗ୍ରାମରେ ବାର୍ଷିକ ଉତ୍ସବ ହନୁମାନଙ୍କ ଜୟନ୍ତୀ ଓ ହଷ୍ଟପ୍ରହର ନାମଯଞ ବେଶ୍ ଆଡ଼ମ୍ବର ରେ ପାଳିତ ହୋଇଯାଇଅଛି। ଉନବିଂଶ ମସିହାରୁ ଭାରିଷୋଳ ଗ୍ରାମରେ ଆବିର୍ଭାବ ହୋଇଥିବା ମହାବୀର ହନୁମାନ ଜୀଉଙ୍କ ଏହି ପଥର ମୃତ୍ତି ସେହିଦିନଠାରୁ ଗାଁ ରେ ପୂଜା ପାଇ ଆସୁଛନ୍ତି।ପ୍ରତିବର୍ଷ ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି ରେ ହନୁମାନ ଜୟନ୍ତୀ ପାଳିତ ହୋଇଆସୁଛି। ଚଳିତ ବର୍ଷ ପ୍ରାତଃ ୬ ଘଟିକା ସମୟରେ ମହାବୀର ହନୁମାନ ଜୀୟୁଙ୍କ ସାନ୍ନ, ମାର୍ଜନା ଓ ମଙ୍ଗଳ ଆଳତି ସମାପନ ହେବା ପରେ ଦିବା ୯ ଘଟିକା ସମୟରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କଳସ ସ୍ଥାପନ ପରେ ଦିବା ୧୦ ଘଟିକାରେ ଘଟ ସ୍ଥାପନ, ସୂର୍ଯ୍ୟ ପୂଜା ସହିତ ହନୁମାନ ଜୀଉଙ୍କୁ ଆବାହନ କରାଯାଇ ତାଙ୍କ ନିକଟରେ ହନୁମାନ ଚାଳିଶା ପାଠ କରାଯାଇ ହୋମଯଜ୍ଞ ଆରମ୍ଭ କରାଯାଇଥିଲା। ସଂଧ୍ୟା ୭ ଘଟିକା ସମୟରେ ହନୁମାନଙ୍କ ପାଖରେ ସଂଧ୍ୟା ଆଳତୀ କରାଯାଇ ଶ୍ରଦ୍ଧାଳୁମାନଙ୍କୁ ପଣା ବଣ୍ଟନ କରାଯାଇଥିଲା। ରାତ୍ର ୯ ଘଟିକା ସମୟରେ ମହାବୀର ହନୁମାନ ଜୀଉଙ୍କ ଯଞ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବା ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ। ରାତିରେ ଲୋକ ମାନଙ୍କ ମନୋରଞ୍ଜନ ପାଇଁ କ୍ରିଷ୍ଣା ଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ କରିଥିଲେ। ସେହିଦିନ ମଧ୍ୟ ରାତ୍ରୀରେ ଅଷ୍ଟପ୍ରହର ନାମଯଞ ର ଶୁଭଅଧିବାସ ହେବା ସହିତ ବୁଧବାର ଦହି ହାଣ୍ଡି ଭଙ୍ଗାଜାଇ ଅପରାହ୍ନ ରେ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଉନବିଂଶ ବର୍ଷ ତଳର ଏହି ମହାବୀର ହନୁମାନ ଜୀଉଙ୍କ ମନ୍ଦିର କୁ ଦର୍ଶନ କରିବା ପାଇଁ ଅନେକ ଦୂର ଦୂରଦୂରାନ୍ତରୁ ଶତାଧିକ ଶ୍ରଦ୍ଧାଳୁ ଛୁଟି ଆସିଥାନ୍ତି। ପ୍ରତିବର୍ଷ ଗ୍ରାମରେ ବାର୍ଷିକ ଉତ୍ସବ ହନୁମାନ ଜୀଉଙ୍କ ଯଞ ସହିତ ଚତୁର୍ଥ ପ୍ରହର ନାମଯଞ ଅନୁଷ୍ଠିତ ହେଉଥିବା ବେଳେ ତିନି ବର୍ଷ ଧରି ଅଷ୍ଟପ୍ରହର ନାମଯଞ ଅନୁଷ୍ଠିତ ହୋଇଆସୁଛି।ନାମ ଯଞ ପରେ ପ୍ରତି ବର୍ଷ ଦୁଇ ଦିନ ଧରି ମହାବୀର ୟୁଥ୍ କ୍ଳବ ର ସମସ୍ତ ସଦସ୍ୟ ମାନଙ୍କ ପ୍ରଚେଷ୍ଟାରେ ମହାବୀର ହନୁମାନ ଜୀଉଙ୍କ ପାଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ରାମଲୀଳା ଅନୁଷ୍ଠିତ ହୋଇଥାଏ। ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଭାରିଷୋଳ ଗ୍ରାମର ଗ୍ରାମବାସୀ ଓ ମହାବୀର ୟୁଥ୍ କ୍ଳବ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Comments are closed, but trackbacks and pingbacks are open.