ପୀୟୂଷ ଗୋୟଲଙ୍କୁ ଭେଟିଲେ ବିଜେଡି ସାଂସଦ : ବକେୟା ଖାଦ୍ୟ ସବ୍ସିଡି ୧୪,୨୯୨.୫୧ କୋଟି ମଞ୍ଜୁର ଦାବି

Get real time updates directly on you device, subscribe now.

ନୂଆଦିଲ୍ଲୀ,(ବି.ବି.ବୁ୍ୟରୋ): ବିଜେଡି ସାଂସଦମାନେ ସୋମବାର କେନ୍ଦ୍ର ଖାଦ୍ୟ ଓ ସାଧାରଣ ଆବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ସାକ୍ଷାତ କରି ଓଡ଼ିଶାକୁ ଖାଦ୍ୟ ସବସିଡି ବାବଦରେ ୧୪,୨୯୨.୫୧ କୋଟି ଓ ଅତିରିକ୍ତ ଋଣ ବାବଦରେ ୬,୧୮୭ କୋଟି ଶୀଘ୍ର ମଞ୍ଜୁର କରିବାକୁ ଦାବି କରିଛନ୍ତି । ସାଂସଦମାନେ ଗୋୟଲଙ୍କୁ ଦୁଇ ପୃଷ୍ଠାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ସାକ୍ଷାତ ସମୟରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ ।
ସେମାନେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନେତୃତ୍ୱରେ ଓଡ଼ିଶା ସରକାର ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସାଧାରଣ ଆବଣ୍ଟନ ବ୍ୟବସ୍ଥାରେ ଚାଉଳ ଯୋଗାଇବାରେ ମଧ୍ୟ ଓଡ଼ିଶା ତୃତୀୟ ରାଜ୍ୟ ।
ସେମାନେ କହିଛନ୍ତି, ଓଡ଼ିଶାରୁ ଚାଉଳ ସଂଗ୍ରହ କରିବାର ମୁଖ୍ୟ ଦାୟିତ୍ୱ ହେଉଛି କେନ୍ଦ୍ର ସରକାରଙ୍କର । ଚାଷୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହାଦ୍ୱାରା ଚାଉଳ ସଂଗ୍ରହ ପ୍ରକ୍ରିୟାର ବିକେନ୍ଦ୍ରୀକରଣ ହୋଇଛି । ଏହି ବାବଦରେ ଭାରତ ସରକାରଙ୍କ ଠାରୁ ଓଡ଼ିଶା ସରକାରଙ୍କ ୧୪,୨୯୨.୫୧ କୋଟି ବକେୟା ଖାଦ୍ୟ ସବ୍ସିଡି ପାଇବାକୁ ଅଛି ।
ଏହାଛଡ଼ା ଖାଦ୍ୟ ସବ୍ସିଡି ମଞ୍ଜୁର କରିବାରେ ବିଳମ୍ବ ହେବାରୁ ଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ୬,୧୮୭ କୋଟି ଟଙ୍କା ଗତ ଡିସେମ୍ବର ୩୦ ତାରିଖ ସୁଦ୍ଧା ଅତିରିକ୍ତ ସୁଧ ବାବଦରେ ପୈଠ କରିଛି । ଏହି ରାଶି ମଧ୍ୟ ଭାରତ ସରକାର ଏପର୍ଯ୍ୟନ୍ତ ଦେଇନାହାନ୍ତି ।
ଉଭୟ ସବ୍ସିଡି ଓ ଅତିରିକ୍ତ ସୁଧ ରାଶି ଅତିଶୀଘ୍ର ରାଜ୍ୟ ସରକାରଙ୍କୁ ମଞ୍ଜୁର କରିବା ପାଇଁ ସେମାନେ ଗୋୟଲଙ୍କୁ ଦାବି କରିଛନ୍ତି । ଏହି ପତ୍ରରେ ପିନାକୀ ମିଶ୍ର, ଭର୍ତ୍ତୃହରି ମହତାବ, ଅଚୁ୍ୟତ ସାମନ୍ତ, ମାନସ ମଙ୍ଗରାଜ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ମଞ୍ଜୁଲତା ମଣ୍ଡଳ, ଶର୍ମିଷ୍ଠା ସେଠୀ, ଚନ୍ଦ୍ରାଣୀ ମୁର୍ମୁ, ନିରଞ୍ଜନ ବିଶି, ସୁଲତା ଦେଓ ଓ ପ୍ରମିଳା ବିଶୋଇ ସ୍ୱାକ୍ଷର କରିଛନ୍ତି

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons