ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା : ଯୋଡ଼ିହେଲା ୧୦୩ ସୁପର ସ୍ପେସାଲିଟି ହସ୍ପିଟାଲ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ଆ.ପ୍ର.): ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶାର ସଫଳ ରୂପାୟନ ଦିଗରେ ଅନ୍ୟଏକ ବଡ଼ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ୧୦୩ଟି ସୁପର ସ୍ପେସାଲିଟି ହସ୍ପିଟାଲ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ଅନ୍ତର୍ଭୁକ୍ତ କରିଛନ୍ତି । ଚଳିତ ବର୍ଷ ୨୮ ହଜାର ରୋଗୀ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇଲେଣି । ନଭେମ୍ବର ମାସ ସୁଦ୍ଧା ରାଜ୍ୟ ସରକାର ଏ ବାବଦକୁ ୩୯ କୋଟି ଟଙ୍କା ଖର୍ଚ୍ଚ ବହନ କରିଛନ୍ତି । ରାଜ୍ୟ ହେଲ୍ଥ ଇନ୍ସୁ୍ୟରାନ୍ସ ସୋସାଇଟି ବୈଠକରେ ଏହି ସୂଚନା ଦେଇଛନ୍ତି ସିଇଓ ଡକ୍ଟର ବୃନ୍ଦା ଡି ।
ରୋଗୀମାନେ କିପରି ଚିକିତ୍ସାରେ ଅବହେଳିତ ନହେବେ, ସେଥିପାଇଁ ଘରୋଇ ଡାକ୍ତରଖାନାକୁ ନିଦେ୍ର୍ଧଶ ଦିଆଯିବା ସହ ଶୀଘ୍ର ଦେୟ ପୈଠ ପାଇଁ ନୋଡାଲ ଅଫିସରଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ତାମିଲନାଡୁର ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ୍, ବେଙ୍ଗାଲୁରୁର ଶ୍ରୀଶଙ୍କରା କ୍ୟାନସର ଫାଉଣ୍ଡେସନ, କୋଲକାତାର ଟାଟା ମେଡିକାଲ ସେଣ୍ଟର, ବିଶାଖପାଟଣା ଓ ସାଙ୍ଗୁରର ହୋମି ଭାବା କ୍ୟାନସର ହସ୍ପିଟାଲ, ଗୌହାଟିର ବରୁହା କ୍ୟାନ୍ସର ଇନଷ୍ଟିଚୁ୍ୟଟ୍, ବାରଣାସୀର ଏଚ୍.ବି କ୍ୟାନସର ହସ୍ପିଟାଲ, ପଣ୍ଡିତ ମାଲବ୍ୟ କ୍ୟାନ୍ସର ହସ୍ପିଟାଲ ସେଣ୍ଟର, ମୁମ୍ବାଇର ଟାଟା ମେମୋରିଆଲ ଓ ଆଡଭାନ୍ସ ସେଣ୍ଟର ଫର୍ କ୍ୟାନ୍ସର ଏହି ଯୋଜନାରେ ସାମିଲ ହୋଇଛି ।
ଚେନ୍ନାଇ, ଦିଲ୍ଲୀ, ଡେରାଡୁନ୍, ଭାସୀ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା, ଅମ୍ରିତସର, ଫରିଦାବାଦ୍, ଗୁର୍ର୍ଗାଁଓ, ଜୟପୁର, ନୋଇଡ଼ା, ଲୁଧିଆନା, ନୂଆଦିଲ୍ଲୀ, ପଞ୍ଜାବ ଆଦି ସ୍ଥାନରେ ପ୍ରତିÂିତ ଫୋର୍ଟିସ୍ ଗ୍ରୁପ୍ର ୨୪ଟି ହସ୍ପିଟାଲ୍କୁ ମଧ୍ୟ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି ।
ଫୋର୍ଟିଜ୍ ଗ୍ରୁପର ୨୪ଟି ହସ୍ପିଟାଲ, ନାରାୟଣ ହୃଦୟାଳୟର ୭ଟି ସୁପର ସ୍ପେସାଲିଟି ହାର୍ଟ ହସ୍ପିଟାଲ ଏହି ଯୋଜନାରେ ସାମିଲ ହୋଇଛି । ମୋଟାମୋଟି ଭାବେ ସାରା ଦେଶରୁ ୧୦୩ଟି ମେଡିକାଲ ଏହି ବିଏସ୍କେୱାଇରେ ସାମିଲ ହୋଇଛନ୍ତି । ନଭେମ୍ବର ମାସରେ ରାଜ୍ୟ ବାହାରେ ୪ ହଜାର ୫୦୦ ରୋଗୀ ଚିକିତ୍ସା ହୋଇଥିବା ବେଳେ, ସରକାର ୧୧ କୋଟି ୨୬ ଲକ୍ଷ ଟଙ୍କା ପୈଠ କରିଛନ୍ତି । ଏହି ଯୋଜନାରେ ୯୭ ପ୍ରତିଶତ ରୋଗୀ ଉପକୃତ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons