{ ଜମନକିରାରୁ ଅବଦୁଲ ଗୁଲାମ କାଦିରଙ୍କ ରିପୋର୍ଟ } : ଜମନକିରା ବ୍ଲକ ସଦର ମହକୁମା ଖଇରଡ଼ିହି ଗ୍ରାମରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ ଖୁବ ଧୁମ ଧାମ ରେ ବୀର ବିର୍ସା ମୁଣ୍ଡା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ବିର୍ସା ମୁଣ୍ଡା ଙ୍କ ଫୋଟୋ ଚିତ୍ର ଧରି ଗ୍ରାମ ପରିଦର୍ଶନ କରିବା ପରେ ଖଇରଡ଼ିହି ଗ୍ରାମ ପଡିଆରେ ବିର୍ସା ମୁଣ୍ଡା ଙ୍କ ଫୋଟୋ କୁ ପୂଜାର୍ଚନା କରିଥିଲେ। ପୂଜାର୍ଚନାପରେ ଖେଳ ପଡିଆରେ ଫୁଟବଲ ପ୍ରତିଯୋଗିତା ହୋଇଥିଲା। ମୁଣ୍ଡା ସମାଜ ପକ୍ଷରୁ ଆଦିବାସୀ ପାରମ୍ପରିକ ନୂତ୍ର ଓ ବାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କମିଟି ସଭାପତି ମିଥୁନ ମୁଣ୍ଡା ଙ୍କ ସଭାପତିତ୍ୱ ରେ ହୋଇଥିବା ଏହିଁ କାର୍ଯ୍ୟକ୍ରମ ରେ ଜମନକିରା, କୁଚିଣ୍ଡା, ବାମରା, ଦେବଗଡ଼, ପଡିଆ ବାହାଲ, ଅଞ୍ଚଳରୁ ମୁଣ୍ଡା ସମାଜର ହଜ଼ାର ହଜ଼ାର ଜନ ସାଧାରଣ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ସମିତି ସଭ୍ୟ ଆଦି ପ୍ରସାଦ ମହାକୁଳ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥିଭାବେ ଖଇରଡ଼ିହି ୱାର୍ଡ ସଭ୍ୟା ପ୍ରମିତା ଦେହୁରୀ, ପୂର୍ବତନ ଖଇରଡ଼ିହି ୱାର୍ଡ ସଭ୍ୟ ସୁରଜିତ ନାୟକ, ଯୋଗ ଦେଇଥିଲେ। କମିଟି ସମ୍ପାଦକ ସମ୍ବାରୁ ସାମାଦ, କମିଟି ଉପ ସଭାପତି ସୁରତ କିନବ ଓ କୋଷାଧକ୍ଷ ରାଜା ମୁଣ୍ଡା ଅନୁଷ୍ଠିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ସଞ୍ଜୟ ଗୁଡ଼ିଆ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିର୍ସା ମୁଣ୍ଡାଙ୍କ ଜୀବନୀ ଶୈଳୀ ସମ୍ପର୍କ ରେ ଅବଗତ କରିଥିଲେ। ସବା ଶେଷରେ ଅତିଥି ମାନେ ପ୍ରତିଯୋଗିତାରେ ଉତ୍ତୀର୍ଣ ହୋଇଥିବା ଖେଳାଳି ଙ୍କୁ ପୂରସକୃତ କରିଥିଲେ। ସନ୍ଧ୍ୟା ୭ଟାରେ କମିଟି ପକ୍ଷରୁ ଆଦିବାସୀ ନୂତ୍ର୍ୟ, ବାଦ୍ୟ ଓ ସଂଗୀତ ସହିତ ଶାସକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ସମାଜ ପକ୍ଷରୁ ପରାମ୍ପିକ ନୃତ୍ୟ ଅନୁଷ୍ଠିତ କରିଥିଲେ। ଡମରୁ ମୁଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଭୁଲେଶ୍ୱର ବୁଡ, ମହିନ୍ଦ୍ର ହେମରମ, ରାଜେଶ ମୁଣ୍ଡା ସହିତ ଅନ୍ୟମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
Comments are closed, but trackbacks and pingbacks are open.