ମାନବାଧିକାର ଦିବସ ପାଳିତ

Get real time updates directly on you device, subscribe now.

{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଶଙ୍ଖେସ୍ଵରପୁର ସ୍ଥିତ ଭଗିନୀ ନିବେଦିତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ମାନବାଧିକାର ଦିବସ ମଙ୍ଗଳବାର ପୂର୍ବାହ୍ନରେ ପାଳନ ହୋଇଯାଇଛି I ଆଇନ ସେବା ପ୍ରାଧୀକରଣ ସଚିବ ବି ଡି ଡି ଚନ୍ଦନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ, ବରିଷ୍ଠ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ I ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଇନ ସେବା ପ୍ରାଧୀକରଣ ସଚିବ ଏହି ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରି ତାଙ୍କ ବକ୍ତବ୍ଯରେ କହିଥିଲେ ଯେ ମିଳିତ ଜାତିସଂଘର ନିଷ୍ପତ୍ତି କ୍ରମେ ୧୯୪୮ ମସିହାରୁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧୦ କୁ ମାନବାଧିକାର ଦିବସ ଭାବରେ ପାଳନ କରାଯାଏ I ପ୍ରତ୍ୟେକ ବ୍ୟକ୍ତି ସ୍ୱାଧୀନତା ଓ ସମାନତା ସହ ବଞ୍ଚିବା ପାଇଁ ବିଭିନ୍ନ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କୌଣସି ବ୍ୟକ୍ତିକୁ ଏହି ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ। ପ୍ରତିବର୍ଷ ଏହି ଦିବସ ଏକ ନିର୍ଦ୍ଧିଷ୍ଟ ଥିମ୍ କୁ ନେଇ ପାଳନକରାଯାଏ । ଚଳିତ ବର୍ଷର ଥିମ୍ ହେଉଛି “ଆମ ଅଧିକାର, ଆମ ଭବିଷ୍ୟତ” । ଏହି ଅବସରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା I ଶେଷରେ ବରିଷ୍ଠ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ I

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons