ପଞ୍ଚଦିବାସୀୟ ଆବାସିକ ନିଷ୍ଠା-ସମତା ଓ ଅନ୍ତର୍ନିବେଶୀ ତାଲିମ ଶିବିର ଆରମ୍ଭ

Get real time updates directly on you device, subscribe now.

{ ମୟୂରଭଞ୍ଜରୁ ସ୍ଵତନ୍ତ୍ର ପ୍ରତିନିଧି ମନୋଜ କୁମାର ବେହେରାଙ୍କ ରିପୋର୍ଟ } : ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ ସାଧାରଣ ବିଦ୍ୟାଳୟରେ 7865 ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି. ଶିକ୍ଷାର ଗୁଣାତ୍ମକ ବୃଦ୍ଧି ନିମନ୍ତେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ତାଲିମ ପ୍ରଦାନ କରିବା ପାଇଁ, ଜିଲ୍ଲାସ୍ତରରେ ଗୋଷ୍ଠି ସମ୍ବଳ ଶିକ୍ଷକ ପ୍ରସ୍ତୁତ କରାଯାଇଛି. ଏହି ତାଲିମ ଶିବିର ପାଞ୍ଚ ଦିନ ଧରି ତିନୋଟି ପର୍ଯ୍ୟାୟରେ 4 ତାରିଖ ଠାରୁ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଲାଲବଜ଼ାର ବିଦ୍ୟାଳୟ ଠାରେ ଚାଲୁ ଅଛି. ପ୍ରଥମ ପର୍ଯ୍ୟାୟରେ ତିରିଂ, ବିଜାତଳା, କରଞ୍ଜିଆ,ବିଶୋଇ, ବଡ଼ସାହି, ଶାମାଖୁଣ୍ଟା, ରାସଗୋବିନ୍ଦପୁର, ବାଙ୍ଗିରିପୋଷି ଓ ଯଶିପୁର ବ୍ଲକରୁ 45 ଜଣ ଶିକ୍ଷକ ଓ଼ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରୁଛନ୍ତି. ଜିଲ୍ଳାରୁ 26 ଗୋଟି ବ୍ଲକରୁ 130 ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରିବେ. ଉକ୍ତ ତାଲିମ ଶିବିରକୁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁକ୍ଷ୍ୟ ଅତିଥି ଭାବେ ଯୋଗଦେଇ ଶିବିର ଉଦଘାଟନ କରିଥିଲେ. ଜିଲ୍ଲା ଅନ୍ତର୍ନିବେଶୀ ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ ନାୟକ ଶିବିର ପରିଚାଳନା କରିଥିଲେ. ପ୍ରଶିକ୍ଷାତ୍ରୀ ଭାବେ ବାରିପଦାର ଗୋଷ୍ଠି ସମ୍ବଳ ଶିକ୍ଷୟତ୍ରୀ ଶ୍ରୀମତି ରେଖାରାଣୀ ଦାସ, ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୋମ୍ୟ ଦାଶ, କପ୍ତିପଦା ବ୍ଲକ ଅନ୍ତର୍ଗତ ବଡଝାଡ଼ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ସାହୁ ଓ ସୋଲଗଡିଆ ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକିଶୋର ବେହେରା ଓ ଉଦଳା ବ୍ଲକର ଅନ୍ତର୍ଗତ ମେଣ୍ଢାଖାଇ ସରକାରୀ ଉଚ୍ଚବିଦ୍ୟଳୟର ସହକାରୀ ଶିକ୍ଷକ ଅଜୟ କୁମାର ପଣ୍ଡା ପ୍ରମୁଖ ତାଲିମ ପ୍ରଦାନ କରୁଛନ୍ତି. ଶ୍ରୀ ବୀରେନ୍ଦ୍ର କୁମାର ସାହୁ ଓ ଦିଲୀପ କୁମାର ଦାଶ ପ୍ରମୁଖ ତାଲିମ ପରିଚାଳନାରେ ସହଯୋଗ ପ୍ରଦାନ କରୁଛନ୍ତି |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons