{ ଏରସମାରୁ ନୃସିଂହ ମଲ୍ଲିକଙ୍କ ରିପୋର୍ଟ } : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ନୁଆଡ଼ିହି ପଂଚାୟତ ସ୍ଥିତ ଧଳିପଙ୍ଗ ଗ୍ରାମର ଗୌରହରି ମଲିକଙ୍କ ଘରେ ଗତକାଲି ପ୍ରାୟ ରାତି ୧୧:୩୦ରେ କୌଣସି କାରଣରୁ ନିଆଁ ଲାଗି ଛଅ ବଖରା ଘର, ୫୦ ବସ୍ତା ଧାନ ସହ ଘରର ସମସ୍ତ ଅସବାବପତ୍ର ପୋଡ଼ି ଜଳି ପାଉଁଶ ହୋଇଯାଇଛି ।ଗ୍ରାମବାସୀ ମାନେ ସଙ୍ଗେ ସଙ୍ଗେ ଦମକଳ ବାହିନୀକୁ ଫୋନ କରିଥିଲେ ।ଘଟଣା ସ୍ଥଳରେ ଏରସମା ଓ ତିର୍ତ୍ତୋଲ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ଚାରୋଟି ଦମକଳ ଗାଡ଼ି ଲାଗି ରାତି ୩:୩୦ରେ ନିଆଁକୁ ଆୟତ୍ତ କରିଥିଲା ।


Comments are closed, but trackbacks and pingbacks are open.