{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : ଯୋଗୀମାରି ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷ ୨୦୨୫-୨୬ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ବୈଠକ ରେ ଶ୍ରୀ ମନ୍ମଥ ପ୍ରଧାନ SMC ସଭାପତି ସଭାପତିତ୍ୱ କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଞ୍ଜିତା କୁମାରୀ ପ୍ରଧାନ ସଭା ପରିଚାଳନା କରିଥିଲ l ମୁଖ୍ୟ ଅତିଥି ଭାବେ ସାନ କୋଦଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ଯୁକ୍ତ ଲକ୍ଷ୍ମଣ ନାୟକ, ସମ୍ମାନିତ ଅତିଥି ଭାବେ ଶ୍ରୀ ସୁବାସ ଚନ୍ଦ୍ର ପ୍ରଧାନ (ଅବସର ପ୍ରାପ୍ତ ଉପ ଶିକ୍ଷା ଜିଲ୍ଲା ଅଧି କରୀ) ,ସି.ଆର.ସି. ଶ୍ରୀ ସୁରେନ୍ଦ୍ର ନାଥ ଗୌଡ଼,ଶ୍ରୀ ଯୁରିଆ ପ୍ରଧାନ,ଶ୍ରୀ ମଗେତା ପ୍ରଧାନ,ୱାର୍ଡମେମ୍ୱର ଶ୍ରୀମତୀ କସ୍ତୁରୀ ସେଥି,ଶ୍ରୀମତୀ ସସ୍ମିତା ପ୍ରଧାନ,ଗ୍ରାମ୍ୟ ପରିଚାଳନା ମୁଖ୍ୟ ଶିବରାମ ନାୟକ ଏବଂ ଅଭିରାମ ଆଶ୍ରମ ଓ ମାନବଧର୍ମ ଆଶ୍ରମ ମୁଖ୍ୟ ଯୋଗଦାନ କରିଥିଲେ। ସମସ୍ତ ଅଥିତ୍ଵ ମାନଙ୍କୁ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟ କୁ ଉନ୍ନତି ପଥରେ ନେବାକୁ ହେଲେ ସମସ୍ତେ ଏକାଠି ହୋଇ କାମ କରିବା ପାଇଁ ସରପଞ୍ଚ ମହୋଦୟ ନିଜ ଭାଷଣ ରେ ବକ୍ତବ୍ୟ ରଖିଥିଲେ ଏଵଂ ଶ୍ରୀ ସୁବାସ ପ୍ରଧାନ ପିଲାଙ୍କ ପାଠପଢା ସହ ଉତ୍ତମ ଚରିତ୍ର ଗଠନ କରିବାରେ ସରକାର ଙ୍କ ପ୍ରଚଳିତ ପାଠ୍ୟ ଖସଡ଼ା ଉପରେ ଗୁରୁତ୍ୱ ଦେଇ ଥିଲେ ଓ ୧୦୫ ବର୍ଷର ବିଦ୍ୟାଳୟକୁ ନୂଆ କରି ଗଢି ତୋଳିବାକୁ ଆହ୍ୱାନ କରିଥିଲେ l ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ ବିଜେତା ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ପରିଶେଷରେ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଏହି ବାର୍ଷିକ ଉତ୍ସବରେ ଶିକ୍ଷକ ଶ୍ରୀ ସୁନୀଲ କୁମାର ବେହେରା ଓ ଶ୍ରୀ ଭାଲ ଚନ୍ଦ୍ର ମହାପାତ୍ର ସହଯୋଗ କରିଥିଲେ |


Comments are closed, but trackbacks and pingbacks are open.