କୋରାପୁଟରେ ପଖାଳ ପରବ ପାଳିତ

Get real time updates directly on you device, subscribe now.

{ କୋରାପୁଟରୁ ଦେବଦତ୍ତ ପାଣିଙ୍କ ରିପୋର୍ଟ } : ସ୍ଥାନୀୟ ଜିଲ୍ଲା ପରିଷଦ କାର୍ଯ୍ୟଳୟ ସମ୍ବିଳନୀ କକ୍ଷ ଠାରେ ପଖାଳ ପରବ ପାଳିତ ହୋଇଯାଇଛି I ଆଭାସି ମାଧ୍ୟମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପଖାଳର ଗୁଣାବଳୀ ଓ ଆମ ସଂସ୍କୃତି ସହ ଏହାର ନିବିଡ଼ତା ବଖାଣି ଥିଲେ I ପଖାଳ ଦିବସ ଓଡ଼ିଶାର ଏକ ଅତ୍ୟନ୍ତ ଗୌରବମୟ ଓ ପରମ୍ପରାଗତ ଦିବସ, ଯାହା ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ଉତ୍ସାହ ଓ ଆନନ୍ଦର ସହ ମନାଯାଏ। ଏହି ଦିନଟି କେବଳ ଗୋଟିଏ ଖାଦ୍ୟକୁ ଉପସ୍ଥାପନ କରିବା ପାଇଁ ନୁହେଁ, ବରଂ ଓଡ଼ିଆ ଜାତିର ସାଂସ୍କୃତିକ ପରିଚୟ, ସରଳତା ଓ ପ୍ରକୃତି ସହ ଜଡିତ ଜୀବନ ଶୈଳୀକୁ ସମ୍ମାନ ଦେବା ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ଅବସର ବୋଲି କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ I ପରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ପଖାଳ ଖାଇଥିଲେ I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ କୋରାପୁଟ ତପନ କୁମାର ନାୟକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନବ୍ରତା ଶତପଥୀ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ I ଏହା ସହ ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକା ଓ ମାଣ୍ଡିଆ ରାଣୀ ରାଇମତି ଗେହୁଁରିଆ ଯୋଗ ଦେଇ ଉତ୍ସାହିତ କରିଥିଲେ I

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons