{ ଦେବଗଡ଼ରୁ ଇନ୍ଦ୍ରଜିତ ନାଏକଙ୍କ ରିପୋର୍ଟ } : ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ଅନ୍ତର୍ଗତ ଲଇମୁରା ଗ୍ରାମପଞ୍ଚାୟତର ଲୋକମାନଙ୍କ ପାନୀୟ ଜଳ ସମସ୍ୟା କୁ ଦୂର କରିବା ପାଇଁ ଦେବଗଡ଼ ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ” ଜଳ ସାଥୀ ” ଯୋଗାଣ ସେବାର ଶୁଭ ଉଦ୍ଘାଟନ କରିଛନ୍ତି | ଏହା ଦ୍ଵାରା ଗ୍ରାମବାସୀ ମାନେ ବିଶୁଦ୍ଧ ସୁରକ୍ଷିତ ପାନୀୟ ଜଳ ପାଇବେ ଏବଂ ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ସୁବିଧା ଜନକ ହେବା ସହ ଗ୍ରାମର ଉନ୍ନତି ରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ବିଶ୍ଵାଳ ପ୍ରକାଶ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଶ୍ରୀ ରାଜେଶ ମହାନାୟକ , ଏ ଡି ଓ ଶ୍ରୀ ହିମାଂଶୁ ଶେଖର ନାୟକ , ତିଳେଇ ବଣି ବ୍ଲକ ସଭାପତି ଶ୍ରୀ ବାବୁଲାଲ ପୃଷେଠ , ଲଇମୁରା ପଞ୍ଚାୟତ ସଭାପତି ସିମନ ପଟେଲ ଏବଂ ସମସ୍ତ ୱାର୍ଡ ମେମ୍ବର ତଥା ଜନ ସାଧାରଣ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ |


Comments are closed, but trackbacks and pingbacks are open.