ଉପମୁଖ୍ୟମନ୍ତ୍ରୀ ତଥା ଶିଶୁ ମହିଳା ବିକାଶ ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀଙ୍କ ଦେବଗଡ଼ ଜିଲ୍ଲା ଗସ୍ତ

Get real time updates directly on you device, subscribe now.

{ ଦେବଗଡ଼ରୁ ଇନ୍ଦ୍ରଜିତ ନାଏକଙ୍କ ରିପୋର୍ଟ } : ଉପମୁଖ୍ୟମନ୍ତ୍ରୀ ତଥା ଶିଶୁ ମହିଳା ବିକାଶ ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପ୍ରଥମ ଥର ଦେବଗଡ଼ ଜିଲ୍ଲା ଗସ୍ତ କରିଥିଲେ । ଡବ୍ଲୁ ଓ ଡି ସି ଅଡିଟୋରିୟମ ଠାରେ ଆୟୋଜିତ ମିଶନ ଶକ୍ତି ଭିଜନ ସମ୍ମିଳନୀ ରେ ଯୋଗ ଦେଇ ମିଶନ ଶକ୍ତି ମହିଳା ମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିବା ନିମନ୍ତେ ପ୍ରେରଣା ପ୍ରଦାନ କରି ଥିଲେ । ରାଜ୍ୟ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଥିବା ପ୍ରଧାନ ପାଟ ଜଳପ୍ରପାତ କୁ ବୁଲି ଦେଖିବା ସହ ମନୋରମ ପରିବେଶ ପାଇଁ ଖୁସି ବ୍ୟକ୍ତ କରି ଥିଲେ । ପ୍ରଧାନ ପାଟ ର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ୧୬ କୋଟି ଏବଂ ଜିଲ୍ଲାପାଳ ଙ୍କ ପୁରୁଣା କାର୍ଯ୍ୟାଳୟ କୁ ମ୍ୟୁଜୀୟମ କରିବା ପାଇଁ ୫ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ଶ୍ରୀମତୀ ପରିଡ଼ା ପ୍ରକାଶ କରିଥିଲେ । ଡାକ୍ତର ଖାନା ସମସ୍ୟା , ପୌର ରାସ୍ତା ଘାଟ ସଫେଇ , ଡ୍ରେନେଜ ସମସ୍ୟା ଉପରେ ଜିଲ୍ଲାର ବିଭିନ୍ନ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ତିଳେଇ ବଣି ବ୍ଲକ ସାମନ୍ତରା ପାଲି ଠାରେ ” ଏକ ପେଡ ମା କେ ନାମ ୩.୦ ” ଅଭିଯାନ ଅଧୀନରେ ବୃକ୍ଷ ରୋପଣ କରିବା ସହ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆୟୋଜିତ ୭୭ ତମ ବନ ମହୋତ୍ସବ ସପ୍ତାହ ରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ପରିବେଶ ର ସୁରକ୍ଷା ପାଇଁ ଗଛ ଲଗାଇବା ଏବଂ ତାର ଯତ୍ନ ନେବା ପାଇଁ ଶ୍ରୀମତୀ ପରିଡ଼ା ଉଦବୋଧନ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons