ସଂଗଠିତ ଅପରାଧ ଅଭିଯୋଗରେ ୩ ଗିରଫ, ୭୫ ବୋତଲ ଦେଶୀ ମଦ ଜବତ

Get real time updates directly on you device, subscribe now.

{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ସହ ସୋନାଲି ପଣ୍ଡାଙ୍କ ରିପୋର୍ଟ } : ତିର୍ତ୍ତୋଲ ପୋଲିସ ଏକ ଅବକାରୀ ମାମଲାରେ ଚଢ଼ାଉ କରି ସଂଗଠିତ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ‘ଆସ୍କା–୪୦’ ବ୍ରାଣ୍ଡର ୭୫ ବୋତଲ ଦେଶୀ ମଦ ଜବତ କରାଯାଇଛି। ଜବତ ମଦର ମୋଟ ପରିମାଣ ୧୫ ଲିଟର ବୋଲି ପୋଲିସ ସୂଚନା ଦେଇଛି।ଏହି ଘଟଣାରେ ତିର୍ତ୍ତୋଲ ଥାନାରେ କେସ୍ ନଂ–୩୪୬, ତାରିଖ ୧୧.୦୭.୨୦୨୬ ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୧(୨), ୧୧୨(୨), ୩(୫) ସହ ଓଡ଼ିଶା ଅବକାରୀ ଆଇନର ଧାରା ୫୨(କ) ଓ ୫୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି।ଗିରଫ ଅଭିଯୁକ୍ତମାନେ ହେଲେ ଜଡ଼ତିରା ଗ୍ରାମର ଋଷିକେଶ ବିଶ୍ୱାଳ (୫୪), ତାଙ୍କ ପତ୍ନୀ ତପସ୍ୱିନୀ ବିଶ୍ୱାଳ (୪୫) ଏବଂ ବାଲିପଟଣା ଗ୍ରାମର ଦୀପ୍ତି ରଞ୍ଜନ ସାହୁ ଓରଫ ଦୀପ୍ତି (୩୧)। ପ୍ରାଥମିକ ତଦନ୍ତରୁ ସେମାନେ ସଂଗଠିତ ଭାବେ ବେଆଇନ ଦେଶୀ ମଦ କାରବାରରେ ଜଡ଼ିତ ଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ଅଧିକ ତଦନ୍ତ ଚଳାଇଥିବା ବେଳେ ଶନିବାର ତିନିଜଣ ଅଭିଯୁକ୍ତଙ୍କୁ ମାନ୍ୟବର ଅଦାଲତରେ ହାଜର କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons