ଦୁଇ ଦିନିଆ ବିଜ୍ଞାନ ମେଳା ଆୟୋଜିତ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡିସ୍ଥିତ ଶିଳ୍ପାଞ୍ଚଳ ଠାରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଦୁଇ ଦିନିଆ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି, ପ୍ରଥମ ପର୍ଯ୍ୟୟରେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ଓ ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଳା ଶିକ୍ଷା ଅଧିକାରୀ ମାୟାଧର ସାହୁ ମୁଖ୍ୟ ଅତିଥି ଓ ବ୍ଲକ ଶିକ୍ଷା ଅଧିକାରୀ ଟି. କିଶୋର, ଅନୁଷ୍ଠାନ ର ସମ୍ପାଦକ ଗୌରହରି ପଟ୍ଟନାୟକ, ଅଧ୍ୟକ୍ଷା ଗୀତାଞ୍ଜଳି ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ଶିଶୁ ବିଭାଗ, ହସ୍ତକଳା ବିଭଗ, ଚିତ୍ରାଙ୍କନ ବିଭାଗ, ସୃଜନୀ ବିଭାଗ, ଗଣିତ ବିଭାଗ, ବିଜ୍ଞାନ ବିଭାଗ ରୁ ପ୍ରାୟ ୧୨୫ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା। ଅତିଥି ମାନେ ପ୍ରାୟ ସମସ୍ତ ପ୍ରକଳ୍ପ ପରିଦର୍ଶନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ସହ ସେ ନେଇ ଆଲୋଚନା ମଧ୍ୟ କରିଥିଲେ। ସେହିପରି ଉଦଘାଟନୀ ସଭା ରେ ଆଧୁନିକ ବିଜ୍ଞାନ ଯୁଗ ରେ ବୈଷୟିକ ଜ୍ଞାନ ଓ ବୈଦୁତିକ କ୍ଷେତ୍ର ରେ ପିଲାଙ୍କ ଶିକ୍ଷାର ଗୁରୁ ଦାୟିତ୍ବ ଓ ସାମାଜିକ କର୍ତ୍ତବ୍ୟ ନେଇ ମଧ୍ୟ ଅତିଥି ମାନେ ନିଜ ବକ୍ତବ୍ୟ ରେ ବୁଝାଇଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଶିକ୍ଷାକେନ୍ଦ୍ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ, ସଦସ୍ୟ ବୃନ୍ଦ ପରିଚାଳନା କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons