ଗ୍ରାହକଙ୍କୁ ଠକୁଛି ମଦ ଦୋକାନୀ , ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି !

Get real time updates directly on you device, subscribe now.

ଗ୍ରାହକଙ୍କୁ ଠକୁଛି ଗ୍ରୀନ ଇଣ୍ଡିଆ ମଦ କାଉଣ୍ଟର ! ବିନା ବିଲିରେ ଦିନକୁ ଲକ୍ଷ ଲକ୍ଷ ଟଙ୍କାର ମଦ ବିକ୍ରୟ କରି ଖୋଲା ଖୋଲି ରାଜସ୍ଵ କୁ ଚକମା ଦେଉ ଥିବା ସାଧାରଣରେ ଅଭିଯୋଗ ହେଉଛି l ସେଲ ଟ୍ୟାକ୍ସ ଫାଙ୍କି କୋଟି ପତି ହେଉ ଥିଲେବି ଇନକମ ଟ୍ୟାକ୍ସ ବିଭାଗ ଅସାଧୁ ବ୍ୟବସାୟୀଙ୍କ ପାଖରେ ପହଂଚି ପାରୁ ନାହାନ୍ତି l ମିଳିଥିବା ସୂଚନା ଆଧାରରେ ଏହି ମଦ ଦୋକାନରୁ ପ୍ରତିଦିନ ସହ ସହ ଲୋକେ ମଦ କିଣି ଥାନ୍ତି, ମଦର ରିଟେଲର ପ୍ରାଇସି ଠାରୁ ଅଧିକ ମୂଲ୍ୟରେ ମଦ ଗୁଡିକୁ ଏହି କାଉଣ୍ଟରରେ ବିକ୍ରି କରୁଥିବା ଅଭିଯୋଗ ହେଇଚି l ଗ୍ରାହାକ ମଦ କିଣି ବିଲି ମାଗିଲେ ଗ୍ରାହକକୁ ଗାଳି ଗୁଲଜ ଶୁଣିବାକୁ ମିଳୁଛି ! ଏଥିସହିତ ଏହି ବାର ପାଖରେ ମଣିଜଙ୍ଗା ଗାଁ ଅଛି ଏହି ଗାଁରେ ଗୋଟେ ବନ୍ୟ ଜଙ୍ଗଲ ଅଛି , ବାରରୁ ମଦ ଆଣି ଲୋକେ ଏହି ବନ୍ୟ ଜଙ୍ଗଲରେ ବସି ମଦ ପିୟନ୍ତି । ସ୍ଥାନ୍ୟ ଲୋକେ ଏହାକୁ ବିରୋଧ କରିବରୁ ବାର ମାଲିକ ନାଲି ଆଖି ଦେଖାଉ ଥିବା ଅଭିଯୋଗ ହେଉଛି ଏବଂ କହୁଛନ୍ତି ମୁଁ ମଦ ବିକିବି ମୋର କିଛି କେହି କରିବେନି ! ମୁଁ ଅବକାରୀ ଅଫିସରଙ୍କୁ ପାଇଁସା ଦେଇଛି ମୋର କିଛି ହେବନି ମଣିଜଙ୍ଗା ଲୋକେ ନା ଅନ୍ୟ କେହି ମୋର କିଛି କରି ପରିବେନି !ତିର୍ତୋଲ ପୋଲିସ ଓ ତିର୍ତୋଲ ଅବକାରୀ ବିଭାଗକୁ ହାତରେ ରାଖି ଥିବାର ଅଭିଯୋଗ ହେଉଛି l ସରକାରୀ ନିଅମ ଠାରୁ ଅଧିକ ସମୟ ଦୋକାନ ରାତ୍ରିରେ ଖୋଲୁ ଥିଲେବି ପ୍ରଶାସନର ଦୃଷ୍ଟି ପଡୁ ନାହିଁ।ଆମ ତିର୍ତୋଲ ପ୍ରତିନିଧି ସତ୍ୟ ଜାଣିବା ପାଇଁ ଯାଇଥିଲେ ମଧ୍ୟ ତାଙ୍କୁ ଅସଭ୍ୟ ଗାଳି କରିଛନ୍ତି । ଆଇ କାର୍ଡ ଦେଖାଇଲେ ମଧ୍ୟ କୋଉ ଆଇକାର୍ଡ କହି ଗାଳି କରିଛନ୍ତି । ଫଳରେ ମଦୁଆଙ୍କ ଅଭ୍ୟାରଣ୍ୟ ଓ ମଦ ବ୍ୟବସାୟୀଙ୍କ ଭୁସ୍ୱର୍ଗ ପାଲଟିଛି ଗ୍ରୀନି ଇଣ୍ଡିଆ ମଦ କାଉଣ୍ଟର ! ଏହାର ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ଏବଂ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଉ l

{ତିର୍ତ୍ତୋଲରୁ ପ୍ରସନ୍ନଜିତ୍ ଦାସ }

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons