ମ୍ୟାଟ୍ରିକ ପରୀକ୍ଷା ସୁପରିଚାଳନା ନିମନ୍ତେ ତତ୍ୱାବଧାରକ ମାନଙ୍କୁ ନେଇ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ

Get real time updates directly on you device, subscribe now.

{ ମୟୂରଭଞ୍ଜରୁ ସ୍ଵତନ୍ତ୍ର ପ୍ରତିନିଧି ମନୋଜ କୁମାର ବେହେରାଙ୍କ ରିପୋର୍ଟ } : ମୟୁରଭଞ୍ଜ ଜିଲ୍ଲାର ଚଳିତ ବର୍ଷ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କର ବୋର୍ଡ଼ ପରୀକ୍ଷା ଆସନ୍ତା 21 ତାରିଖରୁ ଅନୁଷ୍ଠିତ ହେଉଥିବାରୁ ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ର ତତ୍ୱାବଧାରକ ମାନଙ୍କୁ ନେଇ ଏକ ଅଭିମୁଖୀକରଣ (ଓରିଏଣ୍ଟସନ ) କାର୍ଯ୍ୟକ୍ରମ ସ୍ଥାନୀୟ ମହାରାଣୀ ପ୍ରେମ କୁମାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ସଭାପତିତ୍ବ କରିବା ସହିତ ପରୀକ୍ଷା ପରିଚାଳନାରେ ନିଜର ଦାୟିତ୍ୱ ନିଷ୍ଠାର ସହିତ ସମ୍ପାଦନ ତଥା ସ୍ୱଛତା ଅବଲମ୍ବନ କରିବା ପାଇଁ ସମସ୍ତ କେନ୍ଦ୍ର ତତ୍ୱାବଧାରକ ମାନଙ୍କୁ ପରାମର୍ଶ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇ ପରୀକ୍ଷାକୁ ସୁଚାରୁରୂପେ ସମ୍ପାଦନ ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ I ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂ ପରୀକ୍ଷା ପଦ୍ଧତି ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ, ତତ୍ ସହିତ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌତମ କୁମାର ପାତ୍ର ପରୀକ୍ଷାର ବାସ୍ତବ ଚିତ୍ର ଉପରେ ଆଲୋଚନା କରି କାର୍ଯ୍ୟରେ ଅବହେଳା ପାଇଁ ବିଭିନ୍ନ ପ୍ରକାରର ଦଣ୍ଡ ବିଧାନ ଉପରେ ସତର୍କ କରାଇଥିଲେIଏଥିରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ଉଦଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନୁଜା ମାଧୁରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେI | ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ବୋର୍ଡ଼ର ସମସ୍ତ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ Iପ୍ରାରମ୍ଭରେ ଉକ୍ତ ବିଦ୍ୟାଳୟର କୃତି ଶିକ୍ଷକ ଡକ୍ଟର ଶଶୀଧର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜୟ କୁମାର କଲିଆ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ I ଏଥିରେ ଜିଲ୍ଲାର 21ଟି ନୋଡାଲ ସେଣ୍ଟରର କେନ୍ଦ୍ର ତତ୍ୱାବଧାରକ ସହିତ ଜିଲ୍ଲାରେ176ଟି ପରୀକ୍ଷା କେନ୍ଦ୍ରର ତତ୍ୱାବଧାରକ ମାନେ ଉପସ୍ଥିତ ଥିଲେ I

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons