{ ତିର୍ତ୍ତୋଲରୁ ପ୍ରସନ୍ନଜିତ୍ ଦାସଙ୍କ ରିପୋର୍ଟ } : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ଅଲଣା ଗ୍ରାମରେ ମା’ ଜାଗୁଳାଇ କ୍ରିକେଟ ପଡ଼ିଆରେ ଦ୍ଵିତୀୟ ଥର ପାଇଁ ପଞ୍ଚାୟତ ସ୍ତରୀୟ ଟେନିସ ବଲ କ୍ରିକେଟ ଟୁଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। ଏହି ଟୁଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥପୁର ନୂତନ ମଣ୍ଡଳ ସଭାପତି ଗଗନ ବିଶ୍ଵାଳ ଓ ଅଲଣା ଗ୍ରାମର ମୁଖ୍ୟ ସୈମ୍ୟକାନ୍ତ ସ୍ବାଇଁ ଉଦ୍ଘାଟନ କରିଥିବା ବେଳେ ପୁରସ୍କାର ବିବରଣ ଉତ୍ସବରେ ପଞ୍ଚାୟତ ର ସମିତି ସଭ୍ୟ ଉମେଶ ଚନ୍ଦ୍ର ବାରିକ,ସମାଜସେବୀ ପ୍ରଦ୍ୟୁମ୍ନ ରଥ, ନରୋତ୍ତମ ପଲାଇ ଓ ବିଶ୍ଵଜିତ ବିଶ୍ଵାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଟୁଣ୍ଣାମେଣ୍ଟ ରେ ପଞ୍ଚାୟତର ମୋଟ ୮ ଟିମ୍ ଭାଗ ନେଇଥିବା ବେଳେ ସେଥିରୁ ବଟ ଗୋସାଇଁ କ୍ରିକେଟ ଟିମ ତୁରୁଖା ଓ ଇଶାଣେଶ୍ଵର କ୍ରିକେଟ୍ ଟିମ ପୋଇଓ ମଧ୍ୟରେ ଫାଇନାଲ ଖେଳାଯାଇଥିଲା। ଫାଇନାଲ ମ୍ୟାଚ ରେ ପୋଲିଓ ପ୍ରଥମେ ବ୍ୟାଟିଂ କରି ୧୬ ରନ୍ କରିଥିଲା। ୧୭ ରନ୍ ର ବିଜୟ ଲକ୍ଷ୍ୟ ନେଇ ତୁରୁଖା ଟିମ୍ ର ଖେଳାଳିମାନେ ପଡ଼ିଆକୁ ଓହ୍ଲାଇ ଥିଲେ। କିନ୍ତୁ ବିଜୟୀ ପାଇଁ ୧୭ ରନ କରି ପାରିନଥିଲେ। ଯାହା ଫଳରେ ଇଶାଣେଶ୍ଵର କ୍ରିକେଟ୍ ଟିମ, ପୋଲିଓ ଚମ୍ପିୟାନ ହୋଇଥିଲା।ଏହି ଟୁଣ୍ଣାମେଣ୍ଟେ ରେ ଅମ୍ପଏୟଆର ଭାବେ ନାରାୟଣ ପଲାଇ ଓ ବିଶ୍ଵଜିତ ଦାସ ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଣ୍ଟରେ ଭାସ୍ୟକାର ଭାବେ ସମିର ମହାନ୍ତି ଓ ସ୍କୋରର ଭାବେ ଅଭିଜିତ କୁଅଁର ଉପସ୍ଥିତ ଥିଲେ।ଆଗାମୀ ଦିନରେ ଆଉ ଏକ କ୍ରିକେଟ ଟୁଣ୍ଣାମେଣ୍ଟ ଆୟୋଜିତ କରିବା ପାଇଁ କ୍ରିଡ଼ା ପ୍ରେମୀ ମାନେ ଦାବି କରିଛନ୍ତି।
Comments are closed, but trackbacks and pingbacks are open.