ଅବସର ପ୍ରାପ୍ତ କର୍ମଚାରୀଙ୍କ ଭରଷାରେ ରାସ୍ତା ଓ କୋଠାବାଡ଼ି ବିଭାଗ !

Get real time updates directly on you device, subscribe now.

{ ତିର୍ତ୍ତୋଲରୁ ପ୍ରସନ୍ନଜିତ୍ ଦାସଙ୍କ ରିପୋର୍ଟ } : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ଠାରେ ଥିବା ରାସ୍ତା ଓ କୋଠା ବାଡ଼ି ବିଭାଗ ଏବେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ ଭରଷାରେ ଚାଲିଛି। ଗଣମାଧ୍ୟମରେ ଖବର ପ୍ରସାରଣ ପରେ କିଛି ଅବସର ପ୍ରାପ୍ତ କର୍ମଚାରୀ ଆସୁନ ଥିବା ବେଳେ। ଅବସର ପ୍ରାପ୍ତ କର୍ମଚାରୀ ଅନଧିକାର ଭାବେ କାଯ୍ୟାଳୟ କୁ ଆସି ପ୍ରତ୍ୟେକ କାଯ୍ୟର ତଦାରଖ କରୁଥିବା ଦେଖିବାକୁ ମିଳିଛି।ପ୍ରତ୍ୟେକ ଠିକାଦାର ମାନଙ୍କୁ ଧମକାଇ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା କିଛି ଠିକାଦାର ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।ସହକାରୀ ଯନ୍ତ୍ରୀ ବାରମ୍ବାର ମନା କରୁଥିବା ସତେ ସେକ୍ସନର କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତି ରେ କାଯ୍ୟସ୍ଥଳୀ ରେ ମେଜରମେଣ୍ଟ ନେଇଥିବା ଦେଖିବାକୁ ମିଳିଛି।କନିଷ୍ଠ ଯନ୍ତ୍ରୀ କାଯ୍ୟସ୍ଥଳୀରେ ଉପସ୍ଥିତ ନରହି ଜଣେ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ଦାୟିତ୍ୱ ଦେବା କେତେ ଦୂରୁ ଯୁକ୍ତି ଯୁକ୍ତ।କନିଷ୍ଠ ଯନ୍ତ୍ରୀ କୁହନ୍ତି ଯେ କର୍ମଚାରୀ ନଥିବାରୁ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ନେଇଁ କାଯ୍ୟ ତୁଲାଉ ଅଛୁ।ଏଠାରେ ପ୍ରଶ୍ନ ଉଠେ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ଦରମା ଦେଉଛି କିଏ ବିଭାଗ ନା କନିଷ୍ଠ ଯନ୍ତ୍ରୀ ନା ଠିକାଦାର।ଏହି ସମସ୍ୟା ପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବା ସହ ଏହାର ବିଧିବଧ ତଦନ୍ତ କଲେ ଅନେକ ରସହ୍ୟ ପଦାକୁ ଆସିପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons