ମା’ ବଜ୍ରଶୁଣିଙ୍କ ବାର୍ଷିକ ଉତ୍ସବ

Get real time updates directly on you device, subscribe now.

{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ରିପୋର୍ଟ } : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତଗତ ଜଡତିରା ସ୍ଥିତ ମା ବଜ୍ରଶୁଣି ଦେବୀ ଙ୍କ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ମା ଙ୍କ ବାର୍ଷିକ ଉତ୍ସବ ଚାରି ଦିନ ବ୍ୟାପି ଚାଲିଥିଲା ପ୍ରଥମ ଦିନ ମା ଙ୍କର ଚଳନ୍ତି ପ୍ରତିମା ବର୍ଣ୍ଣାଢ୍ୟ ଶୋଭାଯାତ୍ରା ରେ ନଗର ପରିକ୍ରମା କରାଯାଇଥିଲା,ପରଦିନ ଅଙ୍କୁର ରୋପଣ, କଳସ ଯାତ୍ରା,ଘଟ ସ୍ଥାପନ, ସୁଯ୍ୟ ପୂଜା, ଗୋ ପୂଜା,ଚଖୁଦାନ,ନାମଯଜ୍ଞ,ଘୃତଯଜ୍ଞ ,ଅନ୍ନ ଯଜ୍ଞ,ହରିହାଟ ସହ ଅଷ୍ଟପ୍ରହରୀ ରେ ଗ୍ରାମ ଟି ଭାବଭକ୍ତିମୟ ପରିବେଶ ଥିଲା ଅତ୍ୟନ୍ତ ମନୋମୁଗ୍ଧକର।ଦେବନିତି ମୁତାବକ ମା ଙ୍କ ଉତ୍ସବରେ,ପୂଜାର୍ଚ୍ଚନା,ସଂକୀର୍ତ୍ତନ ମଣ୍ଡଳୀଙ୍କ ଗ୍ରାମ ପରିକ୍ରମା ସହ ଅଧିବାସ ପୂଜା ଅନୁଷ୍ଠିତ ହୋଇଥିଲା ଓ ହରିବୋଲ ହୁଳହୁଲି ରେ ପ୍ରକମ୍ପିତ ହୋଇ ଉଠିଥିଲା ପୁରା ଅଞ୍ଚଳ।ମା ଙ୍କର ପୁଜାର୍ଚନା ଓ ଗ୍ରାମର ବାର୍ଷିକ ଉତ୍ସବ ଉପଲକ୍ଷେ ଗ୍ରାମବାସୀମାନେ ଆନନ୍ଦ ଓ ଉଲସିତ ହେବା ସହ ମା ଙ୍କୁ ଉତ୍ସବ ପାଇଁ ଆବାହନ କରିଥିଲେ।ଏହି ପବିତ୍ର କାର୍ଯ୍ୟକ୍ରମ ଗ୍ରାମରେ ଧାର୍ମିକ ଓ ସାମାଜିକ ସମ୍ମିଳନକୁ ବୃଦ୍ଧି କରିଥିଲା, ଯାହା ଗ୍ରାମବାସୀ ମାନଙ୍କର ଏକତା ଓ ସଂସ୍କୃତିକୁ ପ୍ରତିବିମ୍ବିତ କରିଥିଲା ।ଏହି ପ୍ରତିଷ୍ଠା ଉତ୍ସବ ଗ୍ରାମର ଆଧ୍ୟାତ୍ମିକ ଓ ସାମାଜିକ ଜୀବନରେ ନୂତନ ଉତ୍ସାହ ଓ ସଫଳତାର ସୂଚକ ଭାବେ ଦୃଷ୍ଟିଗୋଚର ହୋଇଛି।ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ।କାଯ୍ୟକର୍ମ କୁ ଗ୍ରାମବାସି ଈଶ୍ୱର ନାଥ, ସୁଦାମ ନାଥ,ଗୁରୁବାରୀ ପରିଡା ,ଦେବେନ୍ଦ୍ର ସ୍ୱାଇଁ,କୁଞ୍ଜବନ ବାରିକ, ନୃସିଂହ ମଳିକ,ନଟ ସ୍ୱାଇଁ, ଛବିନ୍ଦ୍ର ରାଉତ,ଦେବେନ୍ଦ୍ର ପଣ୍ଡା, ରଶ୍ମିରଞ୍ଜନ ପଣ୍ଡା,ବିଭୂତି ପରିଡା, ପିତାମ୍ବର ପରିଡା,ହାଡିବନ୍ଧୁ ବାରିକ, ତପନ ରାଉତ,ସିଧେଶ୍ୱର ରାଉତ, ସନ୍ତୋଷ ରାଉତ, ଦିଲ୍ଲୀପ ସାହୁ,ଗୁଲ ବିଶ୍ୱାଳ,ଦେବେନ୍ଦ୍ର ସାହୁ, ଲିଟୁ ମହାନ୍ତି,ଜଗନ୍ନାଥ ପଣ୍ଡା, ମନୋରଞ୍ଜନ ପଣ୍ଡା, ପ୍ରଭାତ ସେଠୀ, ପ୍ରକାଶ ସ୍ୱାଇଁ,ଲାଲ ବାହାଦୂର ପଣ୍ଡା, ସରପଞ୍ଚ ଶିବ ପ୍ରସାଦ ସାହୁ ପ୍ରମୁଖ ସକ୍ରିୟ ପରିଚାଳନା କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons