ସତ୍ୟନାରାୟଣ ହାଇସ୍କୁଲରେ ବାର୍ଷିକ କ୍ରିଡ଼ା ଉତ୍ସବ

Get real time updates directly on you device, subscribe now.

{ ତିର୍ତ୍ତୋଲରୁ ପ୍ରସନ୍ନଜିତ୍ ଦାସଙ୍କ ରିପୋର୍ଟ } : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ରେ ଥିବା ଶ୍ରୀ ଶ୍ରୀ ସତ୍ୟନାରାୟଣ ସରକାରୀ ଉଚ୍ଚବିଦ୍ୟାଳୟ ଅଲଣା ର ୪୬ ତମ ବାର୍ଷିକ କ୍ରିଡ଼ା ଉତ୍ସବ ଉତ୍ସବ ଉଦଯାପିତ ହୋଇଯାଇଅଛି। ତିନି ଦିନ ଧରି ଏହି ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ଉଦ୍ଘାଟନୀ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ର ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି, ଉମେଶ ଚନ୍ଦ୍ର ବାରିକ , ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦିପ୍ତ କୁମାର ଦାଶ, ନଟବର ପାତ୍ର, ଚିତ୍ତରଞ୍ଜନ ଦାସ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୋମ୍ୟକାନ୍ତ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ୩ନଂ ଯୋନ ର ଜିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳ , ମୁଖ୍ୟବକ୍ତା ଝଙ୍କଡ଼ ରତ୍ନ ଗୋଲଖ ବିହାରୀ ପଲାଇ, ଆଲୁମୁନି ସଭାପତି ରମାକାନ୍ତ ସାହୁ,ସ୍କୁଲ ର ପୂର୍ବତନ ଶିକ୍ଷକ ସରୋଜ କୁମାର ରଥ, ଶଙ୍କର୍ଷଣ ନାୟକ, ହୃଷିକେଶ ନାଥ ଓ ସ୍କୁଲର ପ୍ରାପ୍ତନ ଛାତ୍ର ସୁଶାନ୍ତ କୁମାର ସତପଥି, ପ୍ରଭାତ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।ଏହି ବାର୍ଷିକ କ୍ରିଡ଼ା ଉତ୍ସବ କୁ ବିଦ୍ୟାଳୟ ର ପୂର୍ବତନ ସି ଆର୍ ସି ସି ଦିପକ କୁମାର ବିଶ୍ଵାଳ,ଆନନ୍ଦ ସାଗର ପଣ୍ଡା, ସ୍ଥିତପ୍ରଜ୍ଞା ମଲ୍ଲିକ, ସ୍ବୟଂପ୍ରଭା ଖଟୁଆ,ଜୟଶ୍ରୀ ମହାପାତ୍ର, ପ୍ରଦିପ୍ତ କୁମାର ନନ୍ଦ,ସୁଜିତ କୁମାର ସ୍ବାଇଁ, ଦେବାଶିଷ ସାହୁ, ସୁଦର୍ଶନ ସ୍ବାଇଁ , ଲୋକନାଥ ବିଶ୍ଵାଳ ପ୍ରମୁଖ ପରିଚାଳନା କରିଥିଲେ। ପରିଶେଷରେ କ୍ରିଡ଼ାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ, ସିଲ୍ ଓ କପ୍ ପ୍ରଦାନ କରାଯାଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons