{ ସମ୍ବଲପୁର କୁଚିଣ୍ଡାରୁ ରିଙ୍କୁ କୁସୁମଙ୍କ ରିପୋର୍ଟ } : ଆଜି ବିଶ୍ୱ ଏଡ଼ସ୍ ଦିବସ ଉପଲକ୍ଷେ କୁଚିଣ୍ଡା ମହାବିଦ୍ୟାଳୟର ଯୁବ ରେଡକ୍ରସ ଏବଂ ରେଡ ରିବନ୍ କ୍ଲବ୍ ତରଫରୁ ସ୍ବେଛାସେବୀ ମାନଙ୍କର ସଚେତନତା ଶୋଭାଯାତ୍ରା କୁଚିଣ୍ଡା ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରା ପୂର୍ବରୁ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ସୁଚିତ୍ରା ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଏଡସ୍ ଭଳି ଦୁରାରୋଗ୍ୟ ବ୍ୟଧିରୁ ଦୂରେଇ ରହିବା ପାଇଁ ସଚେତନ ହେବା ସହିତ ବିଶ୍ୱ ଏଡସ୍ ଦିବସର କଥାବସ୍ତୁ ଅନୁଯାୟୀ ସମାଜରେ ଏବେ ବି ଅନେକ ଭୁଲ ଧାରଣା ରହିଛି । ତେଣୁ ଏହି ରୋଗ ବିଷୟରେ ସଠିକ୍ ମାର୍ଗ ଦର୍ଶନ ଓ ମାର୍ଗ ଅନୁସରଣର ଆବଶ୍ୟକତା ରହିଛି ବୋଲି ଉଦବୋଧନ ଦେଇଥିଲେ। ଯୁବ ରେଡକ୍ରସ୍ ଅଧିକାରୀ ଶ୍ରୀ ଯୁକ୍ତ ଦିବ୍ୟ ନାଗ ରେଡ ରିବନ୍ କ୍ଲବ୍ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ଅଧ୍ୟାପକ ଭିକାରୀ ଓରାମ ଶୃଙ୍ଖଳିତ ଜୀବନ ହିଁ ଏକମାତ୍ର ବିକଳ୍ପ ବୋଲି ମତ ରଖିଥିବାବେଳେ ଶ୍ରୀମତୀ ମଞ୍ଜୁଶ୍ରୀ ଦାସ , ଅଧ୍ୟାପିକା, ପଦାର୍ଥବିଜ୍ଞାନ,ରୋଗୀକୁ ନୁହେଁ ରୋଗରୁ ଦୂରରେ ରହିବା ଆବଶ୍ୟକ ବୋଲି କହିଥିଲେ। ଏହାପରେ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଯାଇ ସହରର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ରେଡ୍ ରିବନ୍ ଦେବା ସହିତ ରୋଗର ଭୟାବହତା ବିଷୟରେ ବୁଝାଇଥିଲେ ।ଏହି ଦିବସ ଉପଲକ୍ଷେ ଗତକାଲି ବକ୍ତୃତା,ଚିତ୍ରାଙ୍କନ, ପ୍ରବନ୍ଧ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗୀତା ହୋଇଥିଲା ।
Comments are closed, but trackbacks and pingbacks are open.