{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ବିଧି ସେବା ପ୍ରାଧିକରଣ (ଡିଏଲଏସଏ), ଗଜପତିଙ୍କ ପକ୍ଷରୁ ୧୨.୦୨.୨୦୨୬ ତାରିଖ ଅପରାହ୍ନ ୩.୩୦ଟାରେ ଗୋସାଣୀ ବ୍ଲକ୍ ଅନ୍ତର୍ଗତ ଗାରବନ୍ଧାସ୍ଥିତ ଏସ୍.ଭି.ଟି. ହାଇସ୍କୁଲରେ ପୋଷ୍ (POSH) ଆଇନ ଅଧୀନ ଯୌନ ଉତ୍ପୀଡନ ରୋକଥାମ ଓ ତାହାର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସଚେତନତା କାର୍ୟକ୍ରମ ସହିତ ନାଲସା ଆଶା (Awareness, Support, Help & Action) – ୨୦୨୫ ଶିଶୁ ବିବାହ ଉଚ୍ଛେଦ ପାଇଁ ମାନକ ପ୍ରଚାଳନ ପ୍ରକ୍ରିୟା (SOP) ଯୋଜନା ବିଷୟରେ ଜାଗୃକତା କାର୍ୟକ୍ରମ ଜଷ୍ଟିସ୍ କର୍ଣ୍ଣର ଚ୍ୟାରିଟେବଲ୍ ଟ୍ରଷ୍ଟ, ପାରଳାଖେମୁଣ୍ଡିଙ୍କ ସହଯୋଗରେ ସଫଳତାର ସହ ଆୟୋଜିତ ହୋଇଥିଲା।ଏହି କାର୍ୟକ୍ରମର ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କୁ ଯୌନ ଉତ୍ପୀଡନରୁ ସୁରକ୍ଷା, ସେମାନଙ୍କର ଅଧିକାର, ପ୍ରତିରୋଧମୂଳକ ବ୍ୟବସ୍ଥା ଏବଂ ଅନୁଚିତ ଆଚରଣ ଘଟିଲେ ତାହାର ଅଭିଯୋଗ ଦାଖଲର ଗୁରୁତ୍ୱ ବିଷୟରେ ଆଇନଗତ ଜ୍ଞାନ ଦେବା। ସେଥିପାଇଁ ଶିଶୁ ବିବାହ ବିରୋଧୀ ଆଇନ, ତାହାର ଦଣ୍ଡନୀୟ ପରିଣାମ ଏବଂ ସମାଜ ଓ ଯୁବପିଢ଼ୀଙ୍କ ଭୂମିକା ବିଷୟରେ ମଧ୍ୟ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା।ଏହି ଅବସରରେ ଅତିଥିବର୍ଗ ଉପସ୍ଥିତ ଥାଇ ଉକ୍ତ ବିଷୟଗୁଡ଼ିକ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ |


Comments are closed, but trackbacks and pingbacks are open.