{ ବରଗଡ଼ରୁ ଗୌର ସାହୁଙ୍କ ରିପୋର୍ଟ } : ଅମ୍ବାଭୋନା ବ୍ଳକ ଗ୍ରାମ୍ଯ ଜଳ ପରିମଳ ବିଭାଗ ର ବିଆରସି ସତ୍ଯରାମ ମାଝୀ ଙ୍କ ତତ୍ୱାବଧାନରେ ଅମ୍ବାଭୋନା କେଦାରନାଥ ମନ୍ଦିର ରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେଠାରେ ଅମ୍ବାଭୋନା ଗ୍ରାମପଞ୍ଚାୟତ ସରପଞ୍ଚ ର ସ୍ବାମୀ ଗଜେନ୍ଦ୍ର ଦାସ,ଅଭୟ ପଣ୍ତା, ଅମ୍ବାଭୋନା ଗ୍ରାମପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଭୋଇ, ଏଡିଇଓ ଭାଗ୍ଯଧର ଡନସନା, ଅଶୋକ କୁମାର ପଟେଲ ପ୍ରମୁଖ ଉପସ୍ଥିତ ହୋଇଥିଲେ। ଏହି ଅବସରରେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ଅଷ୍ଟ ଶମ୍ଭୁ ତଥା ପର୍ଯ୍ୟଟନ ସ୍ଥଳୀ କେଦାରନାଥ ମନ୍ଦିର ପ୍ରାଙ୍ଗଣ ରେ ରଙ୍ଗୋଲି ଚିତ୍ର ଆଙ୍କନ କରି ଲୋକଙ୍କୁ ସ୍ଵଚ୍ଛତା ଉପରେ ସଚେତନତା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍ଵଚ୍ଛତା ହିଁ ସେବା ଚିତ୍ର ଆଙ୍କନ କରିଥିବା ମହିଲା ସ୍ବୟଂସହାୟକ ଗୋଷ୍ଠି ର ସଦସ୍ଯା ପଦ୍ମିନୀ ଧରୁଆ, ହୀରାମତୀ ମଲ୍ଲିକ, ବିଜଲି ସିଂ,ରୀନା ବାରିକ, ସାନ ପଟେଲ ପ୍ରମୁଖ ଙ୍କୁ ଟ୍ରଫି ଦେଇ କରାଯାଇଥିଲା। ପରିଶେଷ ରେ ବିଆରସି ସତ୍ଯରାମ ମାଝୀଙ୍କ ନେତୃତ୍ବ ରେ ମନ୍ଦିର ପରିସର ଓ ଗୋଷ୍ଠି ଶୌଚାଳୟ ରେ ସଫେଇ କାର୍ଯ୍ୟକ୍ରମ କରିଥିଲେ।
Comments are closed, but trackbacks and pingbacks are open.