ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ସାଇବର ସଚେତନତା ଶିବିର

Get real time updates directly on you device, subscribe now.

​{ ଦେବଗଡ଼ରୁ ଇନ୍ଦ୍ରଜିତ ନାଏକଙ୍କ ରିପୋର୍ଟ } : ତିଳେଇବଣି ବ୍ଲକ୍ ଅନ୍ତର୍ଗତ କଳାମାଟିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସରରେ ଏକ ଗୁରୁତ୍ଵପୂର୍ଣ୍ଣ ସାଇବର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଅଧ୍ୟାପକ ମନୋରଞ୍ଜନ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେବଗଡ଼ ସାଇବର ଥାନା ଅଧିକାରୀ ଶ୍ରୀ ତ୍ରିଲୋଚନ ଖଟୁଆ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସେ ମନୋଜ୍ଞ ଆକର୍ଷଣୀୟ ପାୱାରପଏଣ୍ଟ ପ୍ରେଜେଣ୍ଟେସନ୍ (PPT) ମାଧ୍ୟମରେ ଛାତ୍ରଛାତ୍ରୀ ଓ ବିଦ୍ୟାଳୟର କର୍ମଚାରୀମାନଙ୍କୁ ସାଇବର ଅପରାଧର ବିଭିନ୍ନ ଦିଗ, ଅନଲାଇନ୍ ଠକେଇରୁ ବର୍ତ୍ତିବାର ଉପାୟ ଏବଂ ସୁରକ୍ଷିତ ଇଣ୍ଟରନେଟ୍ ବ୍ୟବହାର ସମ୍ପର୍କରେ ସଚେତନ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ (ପ୍ରିନ୍ସିପାଲ୍) ଶ୍ରୀ ଡୋମନ୍ ଏକ୍କା ସାମ୍ପ୍ରତିକ ଡିଜିଟାଲ୍ ସମୟରେ ସାଇବର ଠକେଇରୁ ସମାଜକୁ ମୁକ୍ତ ଓ ସୁରକ୍ଷିତ ରଖିବା ପାଇଁ ଶୃଙ୍ଖଳିତ ବ୍ୟବହାର ଏବଂ ସଜାଗତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷକ ସିକନ୍ଦର ନିଷଦ, ହରି ପ୍ରସାଦ, ସୌମିତ ଘୋଷ, ରାକେଶ, ରବି କୁମାର, ତଥାଗତ ପ୍ରଧାନ, ତୁଷାର କାନ୍ତ ପ୍ରଧାନ ଓ ନନ୍ଦିନୀ ସାହୁ ପ୍ରମୁଖ ପ୍ରମୁଖ ଭୂମିକା ଗ୍ରହଣ କରି ସକ୍ରିୟ ସହଯୋଗ କରିଥିଲେ। ସଭା ଶେଷରେ ମିସ୍ ରିମଲୀ ବାନାର୍ଜୀ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons