ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

Get real time updates directly on you device, subscribe now.

{ ମୟୂରଭଞ୍ଜରୁ ସ୍ଵତନ୍ତ୍ର ପ୍ରତିନିଧି ମନୋଜ କୁମାର ବେହେରାଙ୍କ ରିପୋର୍ଟ } : ଚାଷ ହେଉଛି ମୟୂରଭଞ୍ଜର ଅର୍ଥନୀତି। କୃଷି ହିଁ ଏଠାକାର ସାଂସ୍କୃତିକ ଓ ସାମାଜିକ ଏକତାର ମୂଳ ଉପାଦାନ। ମୟୂରଭଞ୍ଜର ଜନସାଧାରଣ ବିଶେଷ ଭାବରେ ‘ଅନ୍ନଦାତା’ଙ୍କ ପାଖରେ ଆଧୁନିକ କୃଷି ଯନ୍ତ୍ରପାତି ପହଞ୍ଚାଇବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶୁକ୍ରବାର ଦିନ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ଛଉ ପଡିଆ ଠାରେ ଉଦ୍ଘାଟିତ ହୋଇଯାଇଛି।ଚାରି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଜିଲ୍ଲାସ୍ତରୀୟ ମେଳାର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ, ଲୋକସଭା ଶ୍ରୀ ନଵଚରଣ ମାଝୀ ମୁଖ୍ୟ ଅତିଥି ଋପରେ ଯୋଗଦାନ କରି ଏହି ମେଳାକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ସାରସକଣା, ଶ୍ରୀ ଭାଦବ ହାଁସଦା, ନଗରପାଳ, ବାରିପଦା ପୌରପାଳିକା, ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଜ୍ଞାନ ବଲ୍ଲଭ ଦାସ, କୃଷି ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ପୃଷ୍ଟି ପ୍ରମୁଖ ମଂଚାସୀନ ଥିଲେ।“ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା, ୨୦୨୫-୨୬” ରେ ମାନ୍ୟବର ସଂସଦ ଶ୍ରୀ ମାଝୀ ଚାଷୀମାନଙ୍କୁ ଆଧୁନିକ କୃଷି ଉପକରଣ ପ୍ରଦାନ କରିଛନ୍ତି । ବିଭିନ୍ନ ରକମର ଚାଷ କରୁଥିବା ଚାଷୀ, ଓ ସଂସ୍ଥାମାନଙ୍କୁ ପୁରସ୍କୃତ କରିବା ସହ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମୟୂରଭଂଜ ସମେତ ଓଡ଼ିଶାର ଚାଷ ଓ ଚାଷୀଙ୍କୁ ଅଧିକରୁ ଅଧିକ ସଶକ୍ତ କରିବା ପାଇଁ ଡବଲ ଇଞ୍ଜିନ ସରକାର ନିରନ୍ତର ପ୍ରୟାସ କରଛନ୍ତି । ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଚାଷୀମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି । ଓଡ଼ିଶାର ଚାଷୀମାନଙ୍କର ହିତ ପାଇଁ କ୍ୱିଣ୍ଟାଲ ପିଛା କେନ୍ଦ୍ର ସରକାରଙ୍କ ଧାନର ଏମଏସପି ୨୩୦୦ ଟଙ୍କା ଉପରେ ଅଧିକ ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା ରାଶି ତଥା ସମୁଦାୟ ୩୧୦୦ ଟଙ୍କା ପ୍ରଦାନର ଶୁଭାରମ୍ଭ ହୋଇଛି । ମୟୂରଭଂଜ ଜିଲ୍ଲାରେ ଅଧିକ ଧାନ କିଣାଯିବା ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସୁଭଦ୍ରା ଯୋଜନାରେ ମାଆ ଭଉଣୀମାନଙ୍କୁ ସିଧାସଳଖ ଡିବିଟି ସାହାଯ୍ୟରେ ଆର୍ଥିକ ସହାୟତା ମିଳିବା ଦ୍ୱାରା ସେମାନେ ସଶକ୍ତ ହେଉଛନ୍ତି ବୋଲି ଶ୍ରୀ ମାଝୀ ନିଜ ବକ୍ତବ୍ୟରେ କହିଛନ୍ତି।ନିଜ ଅଭିଭାଷଣରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦାସ କହିଥିଲେଯେ ଚାଷ ସମେତ ମୟୂରଭଂଜରେ ସବାଇଘାସ, ଷ୍ଟ୍ରବେରି ଓ ଅନ୍ୟାନ୍ୟ କୁଟୀର ଶିଳ୍ପସମୂହ ଅଛି । ମୟୂରଭଂଜକୁ ଆଧୁନିକ କୃଷି ଅର୍ଥନୀତି ଭାବେ ଗଢିତୋଳିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ସୁନ୍ଦର, ସମୃଦ୍ଧ ଏବଂ ସମ୍ପନ୍ନ ସମ୍ବଲପୁର ତିଆରି କରିବା ଆମର ଲକ୍ଷ୍ୟ ରହିଥିବା ବେଳେ ଚାଷ ଏହାର ମୂଳଦୂଆ ଭାବେ କାମ କରିବ । ଚାଷୀ, ମହିଳା, ଯୁବ, ପଛୁଆ ବର୍ଗର ଲୋକମାନେ ଏ ସବୁ କ୍ଷେତ୍ରରେ ନେତୃତ୍ୱ ନେବେ ବୋଲି ସେ କହିଛନ୍ତି ।୪ଦିନ ଦିବସ-ସନ୍ଧ୍ୟା ବ୍ୟାପି ହେବାକୁ ଥିବା ଏହି ମେଳାରେ ୩୦ଟି ଷ୍ଟଲରେ କୃଷି ଯନ୍ତ୍ରପାତି ବିକ୍ରୟ ହେବା ସହିତ ପ୍ରତ୍ୟେକ ଦିନ ଚାଷୀ ଭାଇ ଭଉଣୀ ମାନଙ୍କ ନିମନ୍ତେ ବୈଷୟିକ ଜ୍ଞାନ ଚକ୍ର ଆୟୋଜନ ହେବାର ବ୍ୟବସ୍ଥା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେବାର ବ୍ୟବସ୍ଥା କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଚାଷରେ ସଫଳତା ପାଇଥିବା ଚାଷୀ ମାନଙ୍କୁ ଜିଲ୍ଲା କୃଷି ଅନୁଭାଗ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ରାକ୍ଷୀ ପାଣି, ପ୍ରଫୁଲ୍ଲ ମଢୁଆଳ, ମନୋରଞ୍ଜନ ରାଉତ, ଭାଗବତ ପତ୍ର ଓ ରଂଜିତା ଗିରି ପ୍ରମୁଖ ମୁଖ୍ୟ ଅତିଥିଙ୍କ ପାଖରୁ ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ଉପନିର୍ଦ୍ଦେଶିକା ସୁଶ୍ରୀ ମଧୁସ୍ମିତା ଜେନା ମଂଚ ପରିଚାଳନା କରିକହିଥବା ବେଳେ, ଅତିରିକ୍ତ କୃଷି ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ପଣ୍ଡା କାର୍ଯ୍ୟକ୍ରମ ସଂଚାଳନା କରିଥିଲେ। ୮୦୦ ରୁ ୧୦୦୦ ଜଣ ଚାଷୀଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons