{ ସମ୍ବଲପୁର କୁଚିଣ୍ଡାରୁ ରିଙ୍କୁ କୁସୁମଙ୍କ ରିପୋର୍ଟ } : କୁଚିଣ୍ଡା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଶୁକ୍ରବାର କୁଚିଣ୍ଡା କଲେଜ ପଡିଆରେ ସମ୍ବଲପୁର ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି।ସମ୍ବଲପୁର ଜିଲ୍ଳାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ରାଜ୍ୟସରକାରଙ୍କ ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଓ ପାନୀୟ ଜଳବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସେ କହିଥିଲେ ଯେ,ସହୀଦ ବୀର ବିର୍ସାମୁଣ୍ଡା ଜଣେ ବିପ୍ଳବୀ ଓ ସ୍ୱାଧିନତା ସଂଗ୍ରାମୀ ଥିଲେ।ଫିରିଙ୍ଗି ଶାସନ ବିରୋଧରେ ଦେଶମାତୃକା ପାଇଁ ଲଢେଇ କରି ସେ ସହୀଦ ହୋଇଥିଲେ। ଭାରତ ସରକାର ବିର୍ସାମୁଣ୍ଡାଙ୍କ ଜନ୍ମ ଜୟନ୍ତୀକୁ ସ୍ମରଣ କରିବା ପାଇଁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରୁଛନ୍ତି।ଏହି ଜୟନ୍ତୀ ଅବସରରେ ପ୍ରତି ପଞ୍ଚାୟତରେ ଗ୍ରାମସଭା ସହ ୨୦ରୁ ୨୬ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ପେସା ଆଇନ,ଜଙ୍ଗଲ ଅଧିକାର ଆଇନ ଉପରେ ସଚେତନତା ସୃଷ୍ଟି କରାଯିବାର ଯୋଜନା ରହିଥିବା ମନ୍ତ୍ରୀ ନାଏକ କହିଥିଲେ।ଏତଦ ବ୍ୟତୀତ ଜନଜାତିଙ୍କ ହକ ଓ ଅଧିକାର ପାଇଁ ଏକଜୁଟ ହେବାକୁ ସେ ଆହ୍ୱାନ କରିଥିଲେ।କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାତ୍ର,କୁଚିଣ୍ଡା ଉପଜିଲ୍ଲାପାଳ ଗୌରବମୟ ପ୍ରଧାନ,ଜନଜାତିୟ ଗୌରବ ଦିବସର ଜିଲ୍ଲାସ୍ତରୀୟ ନୋଡାଲ ଅଫିସର ତଥା କୁଚିଣ୍ଡା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହେମସାଗର ଭୋଇ,ବାମରା ବ୍ଲକ ଅଧ୍ୟକ୍ଷା ପିଙ୍କି ଧୂରୁଆ,ଭାଜପା ଜିଲ୍ଲା ଆଦିବାସୀ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଅନୁପମା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ବକ୍ତବ୍ଯ ରଖିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ୩୦ଜଣ ଯୁବ ଉଦ୍ୟୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପକ୍ଷରୁ ୧ଲକ୍ଷ ଟଙ୍କାର ମାଗଣା ଚେକ ପ୍ରଦାନ କରି ଜିଲ୍ଲା କୃଷିବିଭାଗ ଦ୍ବାରା ମନୋନୀତ ୨ଜଣ ଚାଷୀଙ୍କୁ ମୃତ୍ତିକା ପରୀକ୍ଷଣ ପତ୍ର ଦେଇଥିଲେ।ଅର୍ଡାବାହାଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଡମୁଣ୍ଡାଲୋଇ ସରକାରୀ ଉଚ୍ଚ ବିଦ୍ୟାଳୟ,ଷଣ୍ଢପଥର ସରକାରୀ ଉଚ୍ଚବିଦ୍ୟାଳୟ,କୁଚିଣ୍ଡା ମହିଳା ମହାବିଦ୍ୟାଳୟ,କୁଚିଣ୍ଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ର,ବାମରା ଲହରଙ୍ଗା କିଷାନ ଦଳ ଏବଂ ଶିରିଡର ମୁଣ୍ଡା ଦଳ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମରେ ବାମରା, କୁଚିଣ୍ଡା, ଜମନକିରା ବ୍ଲକର ବିଡିଓ,ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ।ଆଇଟିଡିଏ ପ୍ରକଳ୍ପପ୍ରଶାସକ ଭୋଇ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ସମାଜସେବୀ ମଳୟ ବେହେରା ସଭାପରିଚାଳନା କରିଥିଲେ।ଏଥିରେ ସମ୍ବଲପୁର ଜିଲ୍ଲାର ୯ଗୋଟି ବ୍ଲକ ଅଞ୍ଚଳରୁ ସହସ୍ରାଧିକ ଜନଜାତି ମହିଳା ଓ ପୁରୁଷ ସାମିଲ ହୋଇଥିଲେ।
Comments are closed, but trackbacks and pingbacks are open.