ଅନୁସୂଚିତ ଜାତି ଏବଂ ଜନଜାତି ବିକାଶ ପରିଷଦ କୁଚିଣ୍ଡା ପକ୍ଷରୁ ସଂଗ୍ରାମୀ ବୀର ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ପାଳିତ

Get real time updates directly on you device, subscribe now.

{ ସମ୍ବଲପୁର କୁଚିଣ୍ଡାରୁ ରିଙ୍କୁ କୁସୁମଙ୍କ ରିପୋର୍ଟ } : ଅନୁସୂଚିତ ଜାତି/ଜନ ଜାତି ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ଧରତୀ ଆବା ସଂଗ୍ରାମୀ ବୀର ବିର୍ସା ମୁଣ୍ଡା ଙ୍କ ୧୪୯ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ସଭାପତି ଗଜେନ୍ଦ୍ର ଭୋଇଙ୍କ ସ୍ୱଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ଏହି ଅବସରରେ ମୁଖ୍ୟ ଅତିଥି ଗୁଣମଣି ସୁନାନୀ(LAO ଲେଣ୍ଡ ଏକ୍ୟୁଜେସନ ଅଫିସର କାନପୁର ,କେନ୍ଦୁଝର)  ଯୋଗଦେଇ ସମସ୍ତ ଅନୁସୂଚିତ ଜାତି/ ଜନଜାତି ଙ୍କ ତଥା ସେମାନଙ୍କର ପୁଅ ଝିଅ ଙ୍କୁ ସରକାର ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା କରିବା ସହ ୨/୩ ଶହ କୋଟିର କର୍ପସ ଫଣ୍ଡ ଯୋଗାଇ ଏମାନଙ୍କର ବିକାଶ ଦିଗର ପଦକ୍ଷେପ ଗ୍ରହଣ କରିବାକୁ ବକ୍ତବ୍ୟ ରେ ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ରୂପେ ରେଳ ବିଭାଗ ଅବସରର ପ୍ରାପ୍ତ ଅଧିକାରୀ ହରିଶ ଦୀପ ଏବଂ ସମ୍ମାନିତ ଅତିଥି ରୂପେ ପୂର୍ବତନ ବିଧାୟକ କିଶୋର ନାଏକ,ରାଜେନ୍ଦ୍ର ଛତ୍ରିଆ ,କୁଚିଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭୁବନେଶ୍ୱର କିସାନ ,ଜମନକିରା ପଞ୍ଚାୟତ ସମିତି ଅଧକ୍ଷା ଆଶ୍ରିତା ଭୋଇ,ବ୍ଲକ ସଭାପତି ମହେନ୍ଦ୍ର ବାଘ ,କୁଚିଣ୍ଡା ବ୍ଲକ ସଭାପତି ଲିଙ୍ଗରାଜ ବାଘ,ବାମରା ନାରୀ ନେତ୍ରୀ ଡେଜିରାନୀ ଏକ୍କା ,ସମିତି ସଭ୍ୟ ରଶ୍ମି କୁସୁମ ଏନଏସି ସଭାପତି ଟୁନା ମହାନନ୍ଦ ,ଓକିଲ ତଥା ଏସଟି/ ଏସି କମିଟିର ପରାମର୍ଶ ଦାତା ପ୍ରୋମଦ ଛୁରିଆ ,ଆଇନଜିବୀ ସଂଜୟ ବେହେରା ,ସମ୍ପାଦକ ମନୋରଞ୍ଜନ ଭୋଇ ପ୍ରମୁଖ ସମାଜର ହିତ ଉଦ୍ଧେଶ୍ୟ ରେ ମତ ରଖିଥିଲେ । ରାଜେନ୍ଦ୍ର କୁମାର ଜଗତ ଏବଂ ଅରୁଣ କୁମାର ନାଏକ ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ମନୋରଜନ ଭୋଇ ବାର୍ଷିକ ବିବରଣୀ ପାଠ କରିଥିଲେ ଶେଷରେ ସଂଗଠନର ସଭାପତି ଗଜେନ୍ଦ୍ରଭୋଇ   ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ବିର୍ସା ମୁଣ୍ଡା ଛକ ଠାରେ ସଂଗ୍ରାମୀ ବୀର ବିର୍ସା ମୁଣ୍ଡା ଙ୍କ ପ୍ରତି ମୂର୍ତ୍ତିରେ ପୂଜାର୍ଚ୍ଚନା ପରେ ସମଲେଇ ମନ୍ଦିର ଠାରୁ ପାରମ୍ପାରିକ ନୃତ୍ୟ,ଵାଦ୍ୟ  ସହ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ସଭା ମଣ୍ଡପ କୁ ପହଞ୍ଚିଥିଲେ ।ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ବାମରା, ଜମନକିରା, କୁଚିଣ୍ଡା ଓ କୁଚିଣ୍ଡା ଏନ ଏ ସି ରୁ ବହୁ ସଂଖ୍ୟା ରେ ଅନୁସୂଚିତଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ର ଅନେକ ଜନସାଧାରଣ ଙ୍କ ସମାଗମ ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons