ଆଦିବାସୀ ଯୁବ ଉଦ୍ୟଗୀଙ୍କୁ ୧ଲକ୍ଷ ଟଙ୍କା ହିସାବରେ ଆର୍ଥିକ ସହାୟତା ପ୍ରଦାନ

Get real time updates directly on you device, subscribe now.

{ ମୟୂରଭଞ୍ଜରୁ ସ୍ଵତନ୍ତ୍ର ପ୍ରତିନିଧି ମନୋଜ କୁମାର ବେହେରାଙ୍କ ରିପୋର୍ଟ } : ୭୬ ଜଣ ଆଦିବାସୀ ଯୁବ ଉଦ୍ଯୋଗୀଙ୍କୁ ୧ ଲକ୍ଷ ଟଙ୍କା ହିସାବରେ ଆର୍ଥିକ ସହାୟତା ପ୍ରଦାନ । ୦୮/୧୧/୨୦୨୪ ରିଖ ଦିନ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ କାର୍ଯ୍ୟକ୍ରମ ମାଧ୍ୟମରେ ଆର୍ଥିକ ବର୍ଷ ୨୦୨୪-୨୫ ରେ ପ୍ରଥମ ପର୍ଯ୍ୟାୟରେ ୭୬ ଜଣ ଯୁବ ଉଦ୍ଯୋଗୀଙ୍କୁ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା , ବାରିପଦାଙ୍କ ଦ୍ଵାରା ୭୬ ଜଣ ମନୋନୀତ ଯୁବକ ଯୁବତୀଙ୍କୁ ବିଭିନ୍ନ ପ୍ରକାରର ଲଘୁ ଉଦ୍ଯୋଗ ଆରମ୍ଭ କରି ଆର୍ଥିକ ସ୍ତରରେ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ୧ ଲକ୍ଷ ହିସାବରେ ମୋଟ ଟ. ୭୬ ଲକ୍ଷ ପ୍ରଦାନ କରାଗଲା । ମୋଟ ୯୩ ଜଣ ଯୁବ ଉଦ୍ୟୋଗୀଙ୍କୁ ବିଭିନ୍ନ ଜନଜାତି ପରିଷଦଙ୍କ ଦ୍ଵାରା ସେ ମନୋନୀତ ହୋଇଥିଲେ ଓ ସେମାନଙ୍କୁ ଆବଶ୍ୟକ ତାଲିମ ମଧ୍ୟ ପ୍ରଦାନ କରଯାଇଥିଲା । କିନ୍ତୁ ଅବଶିଷ୍ଟ ୧୭ ଜଣ ସେମାନଙ୍କର ନିଜସ୍ଵ ଅଂଶ ଧନ ନିଜର ବ୍ଯାଙ୍କ ଜମା ବହିରେ ଜମା କରିବା ନିମନ୍ତେ ସମୟ ମାଗିଛନ୍ତି । ସେମାନେ ନିଜ ଅଂଶ ଧନ ଜମା କଲା ପରେ ସେମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ସହିତ ସାମିଲ କରାଯିବ । ଆଜିର କାର୍ଯ୍ୟକ୍ରମ ରେ ପ୍ରକଳ୍ପ ପ୍ରଶାସକ ଶ୍ରୀ ପ୍ରଣୟ ରଞ୍ଜନ ବେହେରା, ସହକାରୀ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଲକ୍ଷ୍ମଣ ସାହୁ , ପ୍ରକଳ୍ପ ପରିଚାଳକ ଶ୍ରୀ ଗଙ୍ଗାଧର ପ୍ରଧାନଓ ଦକ୍ଷତା ବିଶେଷଜ୍ଞ ଶ୍ରୀ ଶଙ୍କର ଚରଣ ସାମଲ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମଟିକୁ ବ୍ଲକ ସ୍ତରୀୟ ଜୀବିକା ବିଶେଷଜ୍ଞ ମାନେ ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons