{ ସମ୍ବଲପୁର କୁଚିଣ୍ଡାରୁ ରିଙ୍କୁ କୁସୁମଙ୍କ ରିପୋର୍ଟ } କୁଚିଣ୍ଡା ସ୍ଥିତ ଶ୍ରମିକ ଭବନ ଠାରେ ଅଞ୍ଚଳର କୋଠା ବାଡ଼ି ନିର୍ମାଣ ଶ୍ରମିକ,ସହାୟକ/ସହାୟିକା, ରଙ୍ଗମିସ୍ତ୍ରୀ, ବଢ଼େଇ ଆଦି କୁ ନେଇ ଏକ ବୈଠକ ସଂଗଠନ ର ବରିଷ୍ଠ କୋଠାବାଡ଼ି ନିର୍ମାଣ ମିସ୍ତ୍ରୀ ନରେନ୍ଦ୍ର ଛତ୍ରିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ବୈଠକ ରେ କୁଚିଣ୍ଡା, ବାମରା ଅଞ୍ଚଳର ଶତାଧିକ ରାଜମିସ୍ତ୍ରୀ, ରଙ୍ଗମିସ୍ତ୍ରୀ, ବଢ଼େଇ ଆଦି ଯୋଗ ଦେଇଥିଲେ। ସଂଗଠନ ର କର୍ମ କର୍ତ୍ତା ତଥା ସମସ୍ତ ଵ୍ୟକ୍ତି ବିଶେଷ ଙ୍କ ଉପସ୍ଥିତି ରେ ଗଜେନ୍ଦ୍ର ଭୋଇଙ୍କୁ ସଂଗଠନର ସଭାପତି, କିଶୋର କୁମାର କିସାନ ଉପସଭାପତି, ଅଶୋକ କୁମାର ପଧାନ ସମ୍ପାଦକ, ଜୀବନ କୁମାର ରୋହିଦାସ, ସୋମନାଥ ପଧାନ, ନରେନ୍ଦ୍ର ଛତ୍ରିଆ ସହ ସମ୍ପାଦକ, ଦୁଃସାସନ ମାକର କୋଷାଧ୍ୟକ୍ଷ ଙ୍କୁ ମନୋନୀତ କରାଯାଇଥିଲା। ଶ୍ରମିକ ମାନଙ୍କ ସମସ୍ତ ସମସ୍ୟା, ସରକାରୀ ସୁବିଧା, ସୁଯୋଗ ଓ ଶ୍ରମିକ ଙ୍କ ହିତ ଦୃଷ୍ଟି ରେ କାମ କରିବାକୁ ପ୍ରୟାସ କରାଯିବ ପାଇଁ ଗଠନ କରାଗଲା ଅନ୍ୟ ମାନଙ୍କ ସୁକାନ୍ତ ଛତ୍ରିଆ, ନରେନ୍ଦ୍ର ଛତ୍ରିଆ, ସୋମନାଥ ପଧାନ, କିଶୋର କୁମାର କିସାନ, ଅଶୋକ କୁମାର ପଧାନ, ପର୍ଶୁ ମାଝୀ, ସୁବ୍ରତ କାଉ, ନରେଶ ମାଝୀ, ଗୌତମ ମାଝୀ, ସାଧୁ ଚରଣ ମାଝୀ ପ୍ରମୁଖ ଙ୍କ ସହ ଶତାଧିକ ଵ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।
Comments are closed, but trackbacks and pingbacks are open.