{ ଜୟପୁରରୁ ଦେବଦତ୍ତ ପାଣିଙ୍କ ରିପୋର୍ଟ } : ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ଶ୍ରୀ ୱି କୀର୍ତ୍ତି ବାସନ ଙ୍କ ଦ୍ୱାରା ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅ।ରକ୍ଷୀ ଅଧିକ୍ଷକ ଶ୍ରୀ ରୋହିତ ବର୍ମା, କୋରାପୁଟ, ଉପଖଣ୍ଡ ଅ।ରକ୍ଷୀ ଅଧିକାରୀ ଶ୍ରୀ ଅଙ୍କିତ ବର୍ମା, ଉପଜିଲ୍ଲାପାଳ ଜୟପୁର କୁମାରି ଅକାବରମ ଶସ୍ୟା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣିରେ ୮ ଗୋଟି ଗୋଷ୍ଟିଗତ ଓ ୨୨ ଗୋଟି ବ୍ୟକ୍ତିଗତ ସମୁଦାୟ ୩୦ ଗୋଟି ଅଭିଯୋଗ ଶୁଣାଣି ହୋଇ ଥିଲା । ଜମିବାଡି ବିବାଦ, ପାନୀୟ ଜଳ ସମସ୍ୟା, ସ୍ଵାସ୍ଥ୍ୟଗତ ସମସ୍ୟା, ଜମି ବିବାଦ, ରାସ୍ତାଗତ ସମସ୍ୟା ଓ ଶିକ୍ଷାଗତ ଓ ବଦଳି ସମସ୍ୟା ଇତ୍ୟାଦି ବିଷୟରେ ଆଜି ଅଭିଯୋଗ ଶୁଣାଣି କରି ଥିଲେ। ଏହି କ୍ରମରେ ଅନ୍ୟାନ୍ୟ ସମନ୍ଵିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ, ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମୋହ।ପତ୍ର ,ତହସିଲଦାର ଜୟପୁର, ସବ୍ୟସାଚୀ ଜେନା, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପାଳିକା କୃତିବାସ ସାହୁ, ଜିଲା ପଂଚାୟତ ଅଧିକାରୀ ଯୁଗଳ କିଶୋର ନାୟକ, PDDUDA ଦେବୀ ପ୍ରସାଦ ତାଳି, CSO, କୋରାପୁଟ ସର୍ବେଶ୍ଵର ନାୟକ, DCPO, କୋରାପୁଟ, EE R&B ଶିରଧର ଖଣ୍ଡପାଣି, ଜୟପୁର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ ନାୟକ, ଜୟପୁର, TPSODLର କର୍ମକର୍ତ୍ତା, ବିଦ୍ୟୁତ ବିଭାଗର କର୍ମକର୍ତ୍ତ।, ଅତିରିକ୍ତ ଜିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀ ଶ୍ରୀ ସୁନିଲ କୁମାର ଜେନା, ଜୟପୁର, BSSO, ଜୟପୁର ଓ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.