ବନ୍ଧୁକ ସହ ହରିଣ ସିଙ୍ଘ ଜବତ , ଶିକାରୀ ଗିରଫ

Get real time updates directly on you device, subscribe now.

{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : ରାଜ୍ୟର ସର୍ବ ବୃହତ ବନଖଣ୍ଡ ଉତ୍ତର ଘୁମୁସରରେ ଶିକାରୀ ଓ ସେମାନଙ୍କ ସହଯୋଗୀ ସକ୍ରିୟ ହୋଇ ଉଠିଛନ୍ତି | ଗତ କିଛିବର୍ଷ ମଧ୍ୟରେ ଏହି ବନଖଣ୍ଡରେ ହାତୀ ସମେତ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଏମାନଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ବନ୍ୟଜନ୍ତୁକୁ ଦେଶୀ ବନ୍ଧୁକରେ ଶିକାର କରିବା ପରେ ତାର ମାଂସ,ଚମଡା,ଦାନ୍ତ,ଶିଙ୍ଗ ଆଦିକୁ ବେଆଇନ ଭାବେ ବିକ୍ରି କରୁଥିବା ଜଣେ ଶିକାରୀକୁ ମଙ୍ଗଳବାର ତାରସିଂ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁରୁଡୁପଲ୍ଲୀର ଗ୍ରାମର ସନିଆ ମଲ୍ଲିକ(୫୫)। ପୁଲିସ୍ ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ଦୁଇଟି ହରିଣ ଶିଙ୍ଗ ଓ ଗୋଟିଏ ମୃତ ହରିଣର ମୁହଁର କଙ୍କାଳ ଜବତ କରିଥିବା ଉପଖଣ୍ଡ ପୁଲିସ୍ ଅଧିକାରୀ ଡ.ଦିପକ କୁମାର ମିଶ୍ର ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons