ସରକାରଙ୍କ କୋଟି କୋଟି ଟଙ୍କାକୁ ପାଣିରେ ପକାଉଛି ଠିକାଦାର !

Get real time updates directly on you device, subscribe now.

{ ତିର୍ତୋଲ୍ ରୁ ପ୍ରସନ୍ନଜିତ ଦାସ } : ଜଗତସିଂହପୁର ଜିଲ୍ଲା ର୍ତିତ୍ତୋଲ ବ୍ଲକ୍ ଅନ୍ତର୍ଗତ ଶାରଳା ରୋଡ଼ ରେଳଷ୍ଟେସନରୁ କନକପୁର ହାଟପୋଲ ରାସ୍ତାରେ ଚାଲିଥିବା ରାସ୍ତା କାର୍ଯ୍ୟ ସର୍ବସମ୍ମୁଖରେ ଠିକାଦାର ଯେନତେନ ପ୍ରକାରେ ନିମ୍ନମାନର ଭାବେ କାର୍ଯ୍ୟ କରିବା ଭଳି ଚର୍ଚ୍ଚିତ ଘଟଣା ଏବେ ରାସ୍ତାର ସ୍ଥାଇତ୍ୱକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଝଙ୍କଡ଼ ଶାରଳାଙ୍କ ମନ୍ଦିର ସମ୍ମୁଖରୁ ବାହାରି ଥ‌ିବା ଏହି ରାସ୍ତାଟି କଟକ- ପାରାଦ୍ଵୀପ ମୁଖ୍ୟ ରାସ୍ତାକୁ ସଂଯୋଗ ହୋଇଥିବା ବେଳେ ଉକ୍ତ ରାସ୍ତାର ଶାରଳା ରୋଡ଼ ରେଳଷ୍ଟେସନ ନିକଟରୁ କନକପୁର ହାଟପୋଲ ଆଡକୁ ଚାଲିଛି ରାସ୍ତା କାର୍ଯ୍ୟ ମଣିଜଙ୍ଗା ଆର୍.ଆଣ୍ଡ.ବି ବିଭାଗ ଅଧୀନରେ ଚାଲିଥିବା କୋଟି କୋଟି ଟଙ୍କାର ଏହି ରାସ୍ତା କାର୍ଯ୍ୟକୁ ସର୍ବ ସମ୍ମୁଖରେ ଠିକାଦାର ଯେନତେନ ପ୍ରକାରେ ନିମ୍ନମାନର ଭାବେ କରିବା ଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୁଚନାନୂଯାୟୀ ଅଢେଇ କୋଟିରୁ ଉଦ୍ଧ ଅର୍ଥବ୍ୟୟ ଅଟକଳରେ ଏହି ରାସ୍ତା କାର୍ଯ୍ୟଟି କରାଯାଉଥିବା ବେଳେ ରାସ୍ତା କାର୍ଯ୍ୟଟିକୁ ନେଇଥିବା ଠିକାଦାର ଅତ୍ୟନ୍ତ ନିମ୍ନମାନର ଭାବେ ରାସ୍ତା କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ସାଢ଼େ ୫ମିଟର ଚଉଡା ଥିବା ଉକ୍ତ ପିଚୁ ରାସ୍ତାଟି ୭ମିଟର ଚଉଡା କରାଯିବ ବୋଲି ବିଭାଗୀୟ ଅଧିକାରିଙ୍କ ଠୁଁ ସୂଚନା ମିଳିଛି । ଏଥିସହିତ ଉକ୍ତ ପିଚୁରାସ୍ତା କଡ଼ରେ ହେଉଥିବା ୱାଲ୍ କାର୍ଯ୍ୟ ମଧ୍ଯ ଅତ୍ୟନ୍ତ ନିମ୍ନ ମାନର ଭାବେ କରାଯାଉଥିବା ଅଭିଯୋଗ ହେଉଛି । ଏହି ପିଚୁ ରାସ୍ତାଟିକୁ ଦେଢ଼ ମିଟର ଅଧୂକ ଚଉଡା କରିବା ନିମନ୍ତେ ଠିକାଦାର ଉକ୍ତ ପିଚୁ ରାସ୍ତାର କଡକୁ ଖୋଳି ବାଲି, ବଜୁରି ଗୋଡ଼ି ଉପରେ ମାଟି ପୁରାଉ ଥିବା ଦେଖିବାକୁ ମିଳିବା ଭଳି ଘଟଣା ରାସ୍ତାର ସ୍ଥାଇତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋଟି କୋଟି ଟଙ୍କାର ଏହି ରାସ୍ତା କାର୍ଯ୍ୟଟି ଆରମ୍ଭ ହେଉ ହେଉ ଯଦି ଠିକାଦାର ଏଭଳି ନିମ୍ନ ମାନର କାର୍ଯ୍ୟକରିବା ଆରମ୍ଭ କରିଦେଲାଣି ତେବେ ରାସ୍ତାକାମ ଶେଷ ହେବା ପର୍ଯ୍ୟନ୍ତ ଯେଉଁଭଳି କାର୍ଯ୍ୟ ଚାଲିବ ଓ ରାସ୍ତାର ସ୍ଥାଇତ୍ଵ ଯାହାହେବ ତାହା ଅତି ନିମ୍ନମାନ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଯଥାଶୀଘ୍ର ବିଭାଗୀୟ ଉଚ୍ଚ ପଦାଧିକାରୀ ଉକ୍ତ ରାସ୍ତା କାର୍ଯ୍ୟ ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons