ଓଡ଼ିଶୀ ନୃତ୍ୟରେ ଜାତୀୟ ବୃତ୍ତି ପାଇଲେ ନିକିତା ବେହେରା

Get real time updates directly on you device, subscribe now.

{” ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଓଡ଼ିଶୀ ନୃତ୍ୟରେ ଜାତୀୟ ବୃତ୍ତି ପାଇଲେ ପାରଳାଖମୁଣ୍ଡିର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ “ପଦାମୃତ ନୃତ୍ୟାୟନ”ର ଛାତ୍ରୀ ସୁଶ୍ରୀ ନିକିତା ବେହେରା। ନିଜର କଠିନ ପରିଶ୍ରମ ତଥା ଗୁରୁ ଏବଂ ପରିବାରର ସହଯୋଗରେ CCRT govt of India ( junior Category) ତରଫରୁ ପ୍ରତିବର୍ଷ ଚୟନ କରାଯାଉଥିବା ଓଡ଼ିଶୀ ନୃତ୍ୟ ବୃତ୍ତି ପାଇ ପରିବାର ତଥା ଅନୁଷ୍ଠାନ ପାଇଁ ଗର୍ବ ଆଣିଦେଇଛନ୍ତି। ବାପା ଛେଉଣ୍ଡ ଏବଂ ମା’ର କମ୍ ରୋଜଗାରରେ ଗୁରୁଙ୍କ ସହଯୋଗରେ ନିକିତା ର ଏହି କୃତିକାର୍ଯ୍ୟ ପାଇଁ ପାରଳାଖେମୁଣ୍ଡି ର ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ପଣ୍ଡିତ ଶ୍ରୀଯୁକ୍ତ ରଘୁନାଥ ପାତ୍ର , କ୍ରିଏଟିଭ୍ ଆର୍ଟସ୍ ର ସଭାପତି ଶ୍ରୀଯୁକ୍ତ ନୃସିଂହ ଚରଣ ପଟ୍ଟନାୟକ ଏବଂ ଅନ୍ୟ ଅନୁଷ୍ଠାନର ସଦସ୍ୟମାନେ ନିକିତାକୁ ଶୁଭେଚ୍ଛା ଜଣାଇବା ସହ ଗୁରୁ ଶ୍ରୀମତୀ ବିନ୍ଦୁପ୍ରୀୟା ବେହେରା ଓ ଶ୍ରୀମତୀ ପ୍ରୀତିପ୍ରିୟା ବେହେରା ଙ୍କୁ ସେମାନଙ୍କ ନିଷ୍ଠାପର ପରିଶ୍ରମ ପାଇଁ ସାଧୁତା ଜଣାଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons