{ ଜଗତସିଂହପୁରରୁ ରକେଶ କୁମାର ରାୟଙ୍କ ରିପୋର୍ଟ } : ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଜଗତସିଂହପୁର ପକ୍ଷରୁ ଓଡିଶା କୁ ସମ୍ପୂର୍ଣ ମଦମୁକ୍ତ କରିବା ଦାବିରେ ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଆନ୍ଦୋଳନକାରି ଗଣଧାରଣା ରେ ବସିଛନ୍ତି |ରାଜ୍ୟ ସରକାର ଅଗଷ୍ଟ 15ତାରିଖରେ ମଦ କୁ ସମ୍ପର୍ଣ୍ଣ ବନ୍ଦ କରିବାକୁ ପ୍ରତିଶୃତି ଦେଇଥିଲେ |ହେଲେ ସେଥିରେ ସମ୍ପୂର୍ଣ ବିଫଳ ହେଲେ |ଏବେ ଗାଁ ଗାଁ ରେ ମଦ ର ବନ୍ୟା |ଯେଉଁଠି ପାଇଁ ମଦ ମୁକ୍ତ ଗାଁ, ମଦ ମୁକ୍ତ ପଞ୍ଚାୟତ ଏବଂ ମଦ ମୁକ୍ତ ଓଡିଶା ଗଠନ କେବଳ ସ୍ୱପ୍ନ ରେ ପରିଣତ ହୋଇଛି | ଆଜିର ଯୁବ ପିଢ଼ି ସମ୍ପୂର୍ଣ ବିପଥଗାମୀ, ନାରୀ ସମ୍ପୂର୍ଣ ଅସୁରକ୍ଷିତ, ତେଣୁ ସରକାର ତୁରନ୍ତ ମଦ ହଟାଇ ଓଡିଶା ବଞ୍ଚାଇବା କୁ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ର ଆବାହକ ସମାଜସେବୀ ଗୌରାଙ୍ଗ ଚରଣ ହୋତା, ଗୋବିନ୍ଦ ଓଝା, ବିଜୟିନୀ ମହାପାତ୍ର, ମନରମା ମହାପାତ୍ର ପ୍ରମୁଖ ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |
Comments are closed, but trackbacks and pingbacks are open.