ପୋଲିସ – ସରପଞ୍ଚଙ୍କ ସମନ୍ୱୟ ବୈଠକ

Get real time updates directly on you device, subscribe now.

{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ଜଗତସିଂହପୁର ଟାଉନ ଥାନା ପ୍ରାଙ୍ଗଣରେ ଏକ ପୋଲିସ – ସରପଞ୍ଚ ସମନ୍ୱୟ ବୈଠକ ପୋଲିସ ତରଫରୁ ଆୟୋଜନ କରାଯାଇଥିଲା। ଏଥିରେ ଜଗତସିଂହପୁର ଥାନା ଅଧୀନସ୍ଥ ୩୩ ଗୋଟି ପଞ୍ଚାୟତ ରୁ ୨୪ ପଞ୍ଚାୟତ ର ସରପଞ୍ଚ ଯୋଗଦେଇଥିଲେ। ପୋଲିସ ତରଫରୁ ଥାନା ଆଇଆଇସି, ଅତିରିକ୍ତ ଆଇଆଇସି ଏବଂ ଅନ୍ୟ ଷ୍ଟାଫ୍ ମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ପୋଲିସ – ସାଧାରଣ ଜନତା ଙ୍କ ସମ୍ବନ୍ଧିତ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା। ବିଶେଷତ୍ଵ ଭାବରେ ଚଳିତ ପୂଜା- ପାର୍ବଣ ଋତୁରେ ଆଇନ୍-ଶୃଙ୍ଖଳା ପରିସ୍ଥିତି ର ଆଶୁ ସମାଧାନ। ମାଜିଷ୍ଟ୍ରେଟଙ୍କ ଅନୁମତି ଅନୁଯାୟୀ ମେଳଣ ଏବଂ ଭଷାଣୀ ଯାତ୍ରା ନିଜ ପଞ୍ଚାୟତ ଅଞ୍ଚଳରେ ଥିବା ପୂଜା କମିଟି ଗୁଡିକୁ ପରାମର୍ଶ ଦେବାପାଇଁ ସରପଞ୍ଚ ମାନଙ୍କୁ ଅନୁରୋଧ କରାଗଲା। ପ୍ରତ୍ୟେକ ପଞ୍ଚାୟତ ଅଞ୍ଚଳ ରେ ଅସାମାଜିକ ଯୁବକଙ୍କ ଆଡ଼ାସ୍ଥଳ ର ଠିକଣା, ସମୟ ନିଆଗଲା, ଯେଉଁ ଯାଗାକୁ ପୋଲିସ ପେଟ୍ରୋଲିଙ୍ ଗାଡ଼ି ନଜର ରଖିବ । ଏତଦବ୍ୟତୀତ ଗ୍ରାମାଞ୍ଚଳରେ ଚୋରା ମଦ କାରବାର, ମାଦକ ଦ୍ରବ୍ୟ କାରବାର ଉପରେ ଚଢ଼ାଉ ଏବଂ ଛେଳି ଚୋରି, ମନ୍ଦିର ଚୋରି, ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାରେ ସହଯୋଗ ବିଷୟରେ ଆଲୋଚନା ହୋଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons