{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଶରତର ଆଗମନରେ କାଶତଣ୍ଡୀର ସମ୍ଭାର ଦେଖିବାକୁ ମିଳେ। ସୁନେଲି ସକାଳର ପ୍ରଥମ ସୂର୍ଯ୍ୟ କିରଣରେ ଧଳା ରଙ୍ଗର ଚାଦର ନେଇ ହସୁଛି ରାଣୀ କାଶତଣ୍ଡୀ। ସକାଳ ଓ ସନ୍ଧ୍ୟାର ସୂର୍ଯ୍ୟ କିରଣର ଆଲୋକରେ କାଶତଣ୍ଡୀର ଅପରୂପ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। କାଶତଣ୍ଡୀର ସମ୍ଭାର ମଳୟ ପବନରେ ପାର୍ବଣ ଋତୁର ବାସ୍ନା ବାରି ହୋଇ ଗଲାଣି। ମାଁଙ୍କ ଆଗମନରେ ଧୋବ ଫରଫର ଚାଦର ଧରା ଶୋଭା ମଣ୍ଡନ କରିଛି କାଶତଣ୍ଡୀ। ଲୋକଙ୍କୁ ସଙ୍କେତ ଦେଉଛି ପାର୍ବଣ ଋତୁର।
ଲୋକେ ଏବେ ବିଭିନ୍ନ ପୂଜା ବହୁ ଆଡମ୍ବର ସହ ପାଳନ କରୁଥିବା ବେଳେ ଧରା ପୃଷ୍ଠରେ ମାଁ ଜଗତଜନନୀ ଦୁର୍ଗାଙ୍କୁ ସ୍ବାଗତ କରିବା ପାଇଁ ଧଳା ରଙ୍ଗ ନେଇ ଭୂପୃଷ୍ଠରେ ସଜେଇ ହୋଇଛି କାଶତଣ୍ଡୀ ଫୁଲ। ପାର୍ବଣ ଋତୁର ଆରମ୍ଭରୁ ଗଜପତି ଜିଲ୍ଲା ବିଭିନ୍ନ ନଇପଠା , ଜଳାଶୟ , ସଡ଼କ ପଥ ପାର୍ଶ୍ଵରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ଏହି ଦୃଶ୍ୟ ଦେଖିବା ସକାଶେ ପଥିକ ଟିଏ ଅଟିକି ଯାଏ କାଶତଣ୍ଡୀର ଅପରୂପ ଦୃଶ୍ୟ ଦେଖିବା ସକାଶେ। ସେହି ଭଳି କବି ବା ଲେଖକଟି କଲମରୁ ଝରି ପଡ଼େ କବିତା ଟିଏ |
Comments are closed, but trackbacks and pingbacks are open.