ଦଶମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ, ଭାରତୀୟ ଆଞ୍ଚଳିକ ସମ୍ମିଳନୀ ଦିଲ୍ଲୀର ପାର୍ଲିଆମେଣ୍ଟଠାରେ ଅନୁଷ୍ଠିତ ହେଉଅଛି । ଲୋକସଭାର ବାଚସ୍ପତି ଶ୍ରୀ ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟର ବାଚସ୍ପତି ଓ ଉପବାଚସ୍ପତି ଯୋଗଦେଉଛନ୍ତି । ଏଥିରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ରାଜ୍ୟ ବିଧାନସଭାର ସଚିବ ଶ୍ରୀ ଦାଶରଥି ଶତପଥୀ ପ୍ରମୁଖ ଯୋଗଦେଉଛନ୍ତି । ବାଚସ୍ପତି ତାଙ୍କ ଦିଲ୍ଲୀ ଗସ୍ତ ସମୟରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।
Comments are closed, but trackbacks and pingbacks are open.