ସୁଭଦ୍ରା ଟଙ୍କା ଘୋଟାଲା : ସମିତି ସଭ୍ୟାଙ୍କ ନାମ ଜଡିତ

Get real time updates directly on you device, subscribe now.

{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ସହ ସୋନାଲି ପଣ୍ଡାଙ୍କ ରିପୋର୍ଟ } : ରାଜ୍ୟରେ ସରକାର ପରିବର୍ତ୍ତନ ପରେ ରାଜ୍ୟସରକାରଙ୍କ ତରଫରୁ ମହିଳା ମାନଙ୍କ ନିମନ୍ତେ ସୁଭଦ୍ରା ଯୋଜନା ପ୍ରଣୟନ କରିଥିଲେ।ଯାହାର ମାନଦଣ୍ଡ ରଖିଥିଲେ, ସମୃକ୍ତ ମହିଳା ହିତାଧିକାରୀ କିମ୍ବା ତାଙ୍କ ସ୍ୱାମୀ ସରକାରୀ ଚାକିରୀ କରିନଥିବେ, ନିର୍ବାଚିତ ଜନପ୍ରତିନିଧି ହୋଇନଥିବେ,ଘରେ ଚାରିଚକିଆ ଯାନ ନଥିବ,ହେଲେ ଏସବୁରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ କଟରା ପଞ୍ଚାୟତରେ।ପଞ୍ଚାୟତର ନିର୍ବାଚିତ ସମିତିସଭ୍ୟା ମହାଶୟା ହାତେଇଛନ୍ତି ସୁଭଦ୍ରା ଯୋଜନା।ଏହାକୁ ସେଠାକାର ଅଙ୍ଗନୱାଡି କର୍ମୀ ଏବଂ ଅନ୍ୟ ନିରୀକ୍ଷଣକାରୀ ଜାଣିପାରିଲେ ନାହିଁ କେମିତି ନା ଜାଣିଶୁଣି ସମିତିସଭ୍ୟା ମହାଶୟାଙ୍କୁ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ବିବେଚନା କରିଛନ୍ତି ? କଥାରେ ଅଛି “ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ” ସେହି ନୀତିରେ ଆମେ ଜନପ୍ରତିନିଧି ଆମ ନିକଟରେ ନୀତି ନିୟମର ମାନେ କିଛି ନାହିଁ, ହଁ ଆଜ୍ଞା ଏମିତି ଏକ ଦୁର୍ନୀତି ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ପଞ୍ଚାୟତରେ | ପଞ୍ଚାୟତର ସମିତିସଭ୍ୟା ଅତି ସହଜରେ ସୁଭଦ୍ରା ଯୋଜନା ହାତେଇବା ଘଟଣା ସାମ୍ନାକୁ ଆସିଛି। ନିୟମ ଅନୁସାରେ କୌଣସି ଜନପ୍ରତିନିଧି କିମ୍ବା ଯାହାର ଚାରିଚକିଆ ଯାନ ଥିବ ସେ ସୁଭଦ୍ରା ଯୋଜନା ନିମନ୍ତେ ଅଯୋଗ୍ୟ, ହେଲେ ଏଠି ସମିତିସଭ୍ୟା ମହାଶୟାଙ୍କ ସ୍ୱାମୀଙ୍କର ଚାରିଚକିଆ ଯାନ ଥିବା ବେଳେ ସେ କେମିତି ଏହି ଯୋଜନା ପାଇବା ପାଇଁ ଯୋଗ୍ୟ ବିବେଚିତ ହେଲେ। ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ କଟରା ଗ୍ରାମପଞ୍ଚାୟତର ବିଜୁ ଜନତା ଦଳର ସମର୍ଥିତ ସମିତିସଭ୍ୟା ରୋଜାଲିନ ଜେନା ଯିଏକି ନିଜେ ଜଣେ ଲୋକ ପ୍ରତିନିଧି ସେ କିଭଳି ଭାବରେ ରାଜ୍ୟ ସରକାରଙ୍କ ସୁଭଦ୍ରା ରାଶିକୁ ହାତେଇ କରି ପଇସା ହରିଲୁଟ କରୁଛନ୍ତି | ସେଥି ନେଇ କିଛି ବ୍ୟକ୍ତି ଅଭିଯୋଗ କରିଛନ୍ତି। ଅଭିଯୋଗକାରୀଙ୍କ କହିବା କହିବା ଅନୁଯାୟୀ ପଞ୍ଚାୟତବାସୀ ରୋଜାଲିନ ଜେନାଙ୍କୁ ନିର୍ବାଚିତ କରିଥିଲେ ଗ୍ରାମପଞ୍ଚାୟତର ଉନ୍ନତି କରିବା ପାଇଁ କିନ୍ତୁ କରିତକର୍ମା ମହିଳା ନିଜର ଉନ୍ନତି ପାଇଁ ଲାଗିପଡିଛନ୍ତି। ରାଜ୍ୟ ସରକାରଙ୍କ ଏକ ନୀୟମାବଳି ଅଛି କି ମୁଁ କିମ୍ବା ମୋ ପରିବାରର କୌଣସି ବ୍ୟକ୍ତି ନିର୍ବାଚିତ ସଦସ୍ୟ ନୁହନ୍ତି କି ମୁଁ କିମ୍ବା ମୋ ପରିବାରର କୌଣସି ସଦସ୍ୟଙ୍କ ଚାରି ଚକିଆ ଯାନ ନାହିଁ ବୋଲି ଲିଖିତ ସର୍ତ୍ତାବଳିରେ ଦସ୍ତଖତ କରି ଏଠି ଧର୍ମକୁ ଆଖି ଠାର ମାରିବା କଥା ଯେଏକି ନିଜେ ଜଣେ ଲୋକ ପ୍ରତିନିଧି ଏବଂ ସ୍ଵାମୀଙ୍କ ନାମରେ ଦୁଇଟି ଚାରି ଚକିଆ ଯାନ ଥିବା ସତ୍ୱେ ସୁଭଦ୍ରା ଯୋଜନା ହାତେଇଲେ, ଯାହାର ବିଧିବଦ୍ଧ ତଦନ୍ତ କରି ସମୃକ୍ତ ସମିତିସଭ୍ୟାଙ୍କୁ ଆଇନ ଅନୁଯାଇ ଦଣ୍ଡିତ କରାଯିବାର ଆବଶ୍ୟକତା ରହିଛି, ଯାହା ଫଳରେ ରାଜସ୍ବ ଲୁଟ କରିବା ପାଇଁ ସାହସ କୌଣସି ଅଯୋଗ୍ୟ ହିତାଧିକାରୀ କରିବେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons