ମହିଳା ସ୍ନାତକ ମହାବିଦ୍ୟାଳୟରେ ସ୍ବଚ୍ଛ ଭାରତ ଅଭିଯାନ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗାନ୍ଧୀଜୟନ୍ତୀ ଅବସରରେ ଗାନ୍ଧୀଙ୍କ ଆଦର୍ଶ, ନୀତି, ବିଚାରଧାରାକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟିବା ସକାଶେ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଡ ରୀନା ସାହୁଙ୍କ ନେତୃତ୍ବରେ ଏକ ସ୍ବଚ୍ଛ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଛାତ୍ରୀବୃନ୍ଦ ଏବଂ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମିଳିତ ସହଯୋଗରେ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ବିଭିନ୍ନ କାଗଜ, ଠୁଙ୍ଗା, ପଲିଥିନ୍, ବୋତଲ୍, ଡାଳ, କ୍ଲାସ୍ ରୁମ୍ ଆଦିକୁ ସଫା କରି ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ସଫଳ କରିବା ଲାଗି ପ୍ରୟାସ କରିଥିଲେ। ଶେଷରେ ନିଜ ପରିବେଶ ଓ ପରିସରକୁ ସଦାସର୍ବଦା ପରିଷ୍କାର ପରିଚ୍ଛନ୍ନ କରି ରଖିବା ପାଇଁ ଉପସ୍ଥିତ ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷା। ଏ ସମସ୍ତ କାର୍ଯ୍ୟକ୍ରମକୁ ତ୍ରିଲୋଚନ୍ ସାର୍, ଲାଲୀ, ଅଶୋକ, ଏଲ୍. ଦୁର୍ଯ୍ୟୋଧନ, କେ. ଦୁର୍ଯ୍ୟୋଧନ ପ୍ରଭୃତି ପରିଚାଳନା କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons