ଟ୍ରଷ୍ଟ ଫଣ୍ଡ କଲେଜରେ ପ୍ରତିଭା ବିକାଶ ଅଭିଯାନର ପୁରସ୍କାର ବିତରଣ ଉତ୍ସବ

Get real time updates directly on you device, subscribe now.

{ ସମ୍ବଲପୁର କୁଚିଣ୍ଡାରୁ ରିଙ୍କୁ କୁସୁମଙ୍କ ରିପୋର୍ଟ } : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ସ୍ଥିତ ଟ୍ରଷ୍ଟ ଫଣ୍ଡ କଲେଜ ପରିସରରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଚଳିତ ବର୍ଷର ପ୍ରଥମ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅଶୋକ କୁମାର ମେହେର ମୁଖ୍ୟ ଅତିଥି ଭା ବାରେ ଯୋଗ ଦେଇ ଛାତ୍ର,ଛାତ୍ରୀ ଓ କୃତି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦୀପ୍ତ କୁମାର ସାହୁ ମୁଖ୍ୟ ବକ୍ତା ଓ ପ୍ରାଧ୍ୟାପକ ଅସ୍ଲମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ଅଭିଯାନ ର ସଂଯୋଜକ ରମେଶ କିସାନ ସ୍ଵାଗତ ଭାଷଣ ସହ ବିବରଣୀ ପାଠ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ଗଣ ଲିଖିତ ସାଧାରଣ ପରୀକ୍ଷା ଓ ଗଳ୍ପ ଲିଖନ ପ୍ରତିଯୋଗିତା ରେ ବିଗତ ଦିନରେ ଯୋଗଦେଇ ଏହି ମହାବିଦ୍ୟାଳୟର କୃତି ପ୍ରତିଯୋଗୀ ହୋଇ ଥିବା ଛାତ୍ର,ଛାତ୍ରୀ ଙ୍କୁ ମାନପତ୍ର ମେଡାଲ ଓ ଅର୍ଥ ରାଶି ଦେଇ ପୁରସ୍କୃତ କରିଥିଲେ ।ଅତିଥି ଗଣ ତାଙ୍କ ଭାଷଣରେ ଅନ୍ତର୍ନିହିତ ପ୍ରତିଭା ର ଉଦଘାଟନ ପାଇଁ ଅଭିଯାନ ର କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଅତିଥି ଗଣ ମହାତ୍ମା ଗାନ୍ଧୀ ଓ ଏ ପି ଯେ ଅବଦୁଲ କାଲାମ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ଛାତ୍ରୀ ସୁଶ୍ରୀ ସୋନି ଯାଦବ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । କଲେଜ ର ଇଂରେଜୀ ଅଧ୍ୟାପକ ଶ୍ୟାମ ସୁନ୍ଦର ସାହୁ ପ୍ରରମ୍ଭିକ ସୂଚନା ଦେବା ସହ ଶେଷରେ ଧନ୍ୟବାଦ୍ ମଧ୍ୟ ଅର୍ପଣ କରିଥିଲେ ।ଏହି ଅବକାଶ ରେ କଲେଜ ର ଅଧ୍ୟକ୍ଷ ଡ଼. ମେହେର ଙ୍କୁ ଅଭିଯାନ ପକ୍ଷରୁ ସମ୍ବର୍ଧନା କରା ଯାଇ ଥିବା ବେଳେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ନାୟକ ଙ୍କୁ ଜଣେ ପରିବେଶବିତ୍ ଭାବରେ କଲେଜ ପକ୍ଷରୁ ସମ୍ମାନିତ କରା ଯାଇ ଥିଲା । କାର୍ଯ୍ୟକ୍ରମରେ ଅଧ୍ୟାପିକା ସବିତା ନାଏକ, ଅନ୍ନପୂର୍ଣ୍ଣା ନାଏକ, ସୁଶ୍ରୀମିତା ନାଏକ, ପ୍ରଭାସିନୀ ଓରାମ ,ସଂଯୁକ୍ତ ପଟେଲ, ସ୍ମିତା ହାରୋ, ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ର,ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons