{ ତିର୍ତ୍ତୋଲ ରୁ ପ୍ରସଂଜିତ୍ ଦାସଙ୍କ ରିପୋର୍ଟ } ଓଡ଼ିଶାର ଏକମାତ୍ର ପର୍ଶୁରାମ କ୍ଷେତ୍ର, ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତ ର ତଅଁରା ଗ୍ରାମ ସ୍ଥିତ ତୀର୍ଥମଠରେ ଗତ ମାର୍ଚ୍ଚ ୨୨ ତାରିଖ ଠାରୁ ଶୁଭାରମ୍ଭ ହୋଇଥିବା, ତ୍ରୟୋବିଂଶତମ ଶ୍ରୀମଦ୍ ଭାଗବତ ପାରାୟଣ ପ୍ରବଚନ ଜ୍ଞାନଯଜ୍ଞର, ଦୀର୍ଘ ଏକ ସପ୍ତାହ ବ୍ୟାପି ମହାନ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ଗତ ମାର୍ଚ୍ଚ ୨୮ ତାରିଖ ଶୁକ୍ରବାର ଦିନ, ବିଳମ୍ବିତ ରାତ୍ରୀରେ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି। ମଠାଧିଶ ଦିବ୍ୟକୃଷ୍ଣ ଦାସ ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ , ବିଭିନ୍ନ ମଠର ପୀଠାଧୀଶ,ସାଧୁ ସନ୍ଥ ମହାତ୍ମା, ଜ୍ଞାନୀ ଗୁଣି ବିଦ୍ୱାନ ପଣ୍ତିତ ମାନେ ମଞ୍ଚା ସିନ ହୋଇଥିଲେ। ତେବେ ଜ୍ଞାନଯଜ୍ଞ ପୁର୍ବରୁ ଶ୍ରୀକୃଷ୍ଣ ରୁକ୍ମଣୀ ଙ୍କ ଶୁଭବିବାହ ଉପଲକ୍ଷେ ଏକ ସୁସଜ୍ଜିତ ପାଲିଙ୍କି ଆରୋହଣ କରି ବର୍ଣ୍ଣାଢ଼୍ୟ ପଟୁଆର ରୋଷଣୀ ମଧ୍ୟରେ ନଗର ପରିକ୍ରମା କରିଥଲେ। ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ହେବା ପରେ, ପଣ୍ତିତ ଶିଖର ଚନ୍ଦ୍ର ପାଢ଼ୀ ବେଦପାଠ କରିଥଲେ। ଅନୁଷ୍ଠାନର ମାର୍ଗ ଦର୍ଶକ ତଥା ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ଧାରାବାହିକ ପ୍ରବକ୍ତା ଭାବେ ଯୋଗଡେଇ କହିଲେଯେ, ଭାଗବତ ର ପ୍ରଚାର ପ୍ରସାର ଯେତିକି ବ୍ୟାପକ ହେବ, ଆମ ସମାଜର ସେତିକି ସେତିକି ଶାନ୍ତି ମୈତ୍ରୀ ସଂହତି ଓ ଆଧ୍ୟାତ୍ମିକ ଭାବଧାରା ବିକଶିତ ହେବ। ଏହି ପ୍ରାଚୀନ ପର୍ଶୁରାମ କ୍ଷେତ୍ର, ଆଧ୍ୟାତ୍ମିକ ସାଧନା ର କ୍ଷେତ୍ରରେ ପରିଣତ କରିବା ପାଇଁ ଆଞ୍ଚଳିକ ଅଧିବାସୀ ମାନେ ଆଗେଇ ଆସିବାକୁ, ବାବାଜୀ ମହାରାଜ ଏକ ଆବେଗ ପୂର୍ଣ୍ଣ ଆହ୍ଵାନ ଦେଇଥିଲେ। ପଣ୍ତିତ ସୁରେନ୍ଦ୍ରନାଥ ମିଶ୍ର , ମହେଶ ଚନ୍ଦ୍ର ତ୍ରିପାଠୀ ଓ ରାଜକିଶୋର ଦାଶ ବ୍ୟାସ ଭାବରେ ଅଂଶ ଗ୍ରହଣ କରିଥିବା ବେଳେ, ନିତ୍ଯପୂଜକ ଶଶିକାନ୍ତ ମିଶ୍ର, ପୀଠ ର ସମସ୍ତ ଦେବଦେବୀ ଙ୍କ ର ପୂଜାର୍ଚ୍ଚନା କରି କରିଥଲେ। ଏହି ଅବସରରେ ବିଶିଷ୍ଟ୍ ଶିକ୍ଷାବିତ୍ ବିଜୟ କୁମାର ପଣ୍ଡା ଙ୍କ ସମେତ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ଦକ୍ଷତା ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ତଅଁରା ଗ୍ରାମବାସୀ ମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ, ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ସମ୍ବର୍ଦ୍ଧନା କାର୍ଯକ୍ରମ କୁ ଶିକ୍ଷାବିତ୍ ଲୋକନାଥ ବଡ଼ପଣ୍ଡା ସଂଯୋଜନା କରିଥିବା ବେଳେ, ପରିଶେଷରେ ମହାପ୍ରଭୂଙ୍କ ଦିବ୍ୟଆଳତୀ ଦର୍ଶନ ଓ ସମବେତ ଗୀତଗୋବିନ୍ଦ ଗାନ କରାଯାଇ ଉତ୍ସବ ର ପରିସମାପ୍ତି ଘୋଷଣା କରାଯାଇଥିଲା।
Comments are closed, but trackbacks and pingbacks are open.