{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ବଣ ପାହାଡ ଘେରା ଗଜପତି ଜିଲ୍ଲାର ଗୋଶାଣୀ ବ୍ଳକ ଅନ୍ତର୍ଗତ ଖରସଣ୍ଡା ଗାଁ ଏହି ଗାଁ ରେ ଶିକ୍ଷିତ ଯୁବକ ଚିରଞ୍ଜିବି ରାଇତ ଉଦ୍ୟୋଗୀ ।ସେ ନିଜର ଚାଷ ଜମି ଏବଂ ଗ୍ରାମର ଅନତି ଦୂରରେ ଥିବା ଗୁମ୍ମା ବ୍ଳକ ବିଟିସିଙ୍ଗ ମୌଜାରେ ଥିବା ଅଗଭୀର ମାଛପୋଖରୀକୁ ନେଇ ଜୀବନ ଜୀବିକାର ସ୍ୱପ୍ନ ଦେଖନ୍ତି।2022-2023 ମସିହାରେ ରାଜ୍ୟ ସରକାରଙ୍କର ପ୍ରାଣୀସମ୍ପଦ ବିକାଶ ବିଭାଗ କୁକୁଡ଼ା ପାଳନ ଓ ଛେଳି ପାଳନ ପାଇଁ ଅନେକ ଯୋଜନା ଉପଲବ୍ଧ କରାଇଲା।ଏହି ସବୁ ଯୋଜନା ମଧ୍ୟରେ ପିଞ୍ଜରାରେ 1000 ଟିକିଆ ଅଣ୍ଡା ଦିଆ କୁକୁଡ଼ା ପାଳନ ଯୋଜନାଟି ଚିରଞ୍ଜିବିର ମନକୁ ଖୁବ ପାଇଲା।ନିଜର ମାଛ ପୋଖରୀ ଉପରେ କୁକୁଡ଼ା ପାଳନର ଅଭିନବ କଳ୍ପନା ତାଙ୍କ ମନକୁ ଆସିଲା।ସେ ଗୋ ସୁଗମ ପୋର୍ଟାଲରେ ଏହି ଯୋଜନା ପାଇଁ ଆବେଦନ କଲେ ଏବଂ ତାର ଦରଖାସ୍ତକୁ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ମଞ୍ଜୁରୀ ପ୍ରଦାନ କଲେ। ଚିରଞ୍ଜିବି ତାର ମାଛ ପୋଖରୀ ଉପରେ କୁକୁଡ଼ା ଫାର୍ମ ନିର୍ମାଣ କରି ପିଞ୍ଜରାରେ 1000ଟି ବିଭି 300 ଅଣ୍ଡା ଦିଆ କୁକୁଡ଼ା ପାଳନ କରିବା କୁ ଆରମ୍ଭ କଲେ।ଏହି ଯୋଜନାର ଅଟକଳ ମୂଲ୍ୟ 7,59200 ଟଙ୍କା ଥିବା ବେଳେ ସେ ସବସିଡି ଆକାରରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଠାରୁ 3,03 680 ଟଙ୍କା ପାଇଲେ।ଦୈନିକ ହାରାହାରି 900-950 ଟି ଅଣ୍ଡା ପାଇ ପାରିବାରୁ ସେ ମାସକୁ ଏହି ଫାର୍ମ ରୁ 25000 ରୁ 30000 ଟଙ୍କା ରୋଜଗାର କରିପାରୁଛନ୍ତି।କୁକୁଡ଼ା ମାନଙ୍କର ମଳ ମୂତ୍ର ମାଛ ପୋଖରୀ ମଧ୍ୟରେ ପଡିବାରୁ ଉତ୍ତମ ଖାଦ୍ୟ ପାଇ ମାଛ ମାନେ ଭଲ ବଢ଼ୁଛନ୍ତି।ଏବଂ ଏହି ମାଛ ଚାଷରୁ ପୂର୍ବ ବର୍ଷ ତୁଳନାରେ ଅଧିକ ଲାଭବାନ ହୋଇ ପାରିଛନ୍ତି।ଖରାଦିନେ ପୋଖରୀର ପାଣିକୁ ପମ୍ପ ସାହାଯ୍ୟରେ କୁକୁଡ଼ା ଫାର୍ମର ଛାତ ଉପରେ ସିଞ୍ଚନକରି କୁକୁଡ଼ାମାନଙ୍କୁ ପ୍ରବଳ ଗରମରୁ ରକ୍ଷା କରି ପାରିଲା ଏବଂ ଏହା ଦ୍ଵାରା ତାର ଅଣ୍ଡା ଉତ୍ପାଦନ ମଧ୍ୟ ବଢିଲା ଏହି ବର୍ଷକ ମଧ୍ୟରେ ଚିରଞ୍ଜିବିର ଅଣ୍ଡା ଦିଆ କୁକୁଡ଼ା ଫାର୍ମଟିର ଖ୍ୟାତି ଜିଲ୍ଲା ସାରା ବ୍ୟାପିଯାଇଛି।ଅନେକ ଆଶାୟୀ ଚାଷି ବିଭିନ୍ନ ବ୍ଳକରୁ ଆସି ଏହାକୁ ଦେଖି ଅଣ୍ଡା ଦିଆ କୁକୁଡ଼ା ଚାଷ ପ୍ରତି ଅନୁପ୍ରାଣିତ ହେଉଛନ୍ତି।ଚିରଞ୍ଜିବି ମଧ୍ୟ ବାୟୋଫ୍ଲକରେ ମାଛ ଚାଷ ଏବଂ ପୋଖରୀରେ ବତକ ଚାଷର ଯୋଜନା କରିଛନ୍ତି।ଏହି ପ୍ରକଳ୍ପ ଟି କୁ ଗଜପତି ଜିଲ୍ଲା ପାଳ ବିଜୟ କୁମାର ଦାସ, ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ଲିସା ବେହେରା, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ତୁଷାର ରଞ୍ଜନ ସାହୁ ପ୍ରମୁଖ ପରିଦର୍ଶନ କରିଛନ୍ତି।
Comments are closed, but trackbacks and pingbacks are open.