ଦୀର୍ଘସ୍ଥାୟୀ ଓ ସାମଗ୍ରୀକ ବିକାଶ କ୍ଷେତ୍ରରେ ବିଧାନପାଳିକାର ଭୂମିକା | ବିଶ୍ୱରେ ଭାରତକୁ ଗଣତନ୍ତ୍ରର ଜନନୀ ବୋଲି କୁହାଯାଇଥିବା ବେଳେ, ଏହାର ଏକ ସୁଦୀର୍ଘ ବିବିଧ ଗଣତାନ୍ତ୍ରିକ ପରମ୍ପରା ରହିଛି । ନିର୍ବାଚିତ ଜନ ପ୍ରତିନିଧି ମାନଙ୍କର ସମାଜର ଉନ୍ନତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଚଳିତ ଦଶନ୍ଧିରେ ସ୍ଥାୟୀ ବିକାଶ ରୂପେ ପରିବେଶ ସମ୍ୱେଦନଶୀଳତା କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । 2030 ମସିହା ସୁଦ୍ଧା ଜାତିସଂଘ ଦେଇଥିବା ଧାର୍ଯ୍ୟ ଲକ୍ଷ ଅନୁଶାରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରୁଛି ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ନୂଆଦ୍ଲିଲୀର ପାର୍ଲାମେଣ୍ଟ ଠାରେ ଅନୁଷ୍ଠିତ ଦଶମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ, ଭାରତୀୟ ଆଞ୍ଚଳିକ ସମ୍ମିଳନୀରେ ଆଲୋଚନା ଆରମ୍ଭ କରି ନିଜର ବକ୍ତବ୍ୟ ଉପସ୍ଥାପନ ଅବସରରେ ଏହା ପ୍ରକାଶ କରିଛନ୍ତି । ବିଧାନପାଳିକା ସମାଜର ସାମଗ୍ରୀକ ଉନ୍ନତି ପାଇଁ ବହୁତ ଗୁଡିଏ ଜନହିତକର ଯୋଜନା ପାରିତ କରିଛନ୍ତି । ଏଥିମଧ୍ୟରେ ପରିବେଶ ସୁରକ୍ଷା ଆଇନ, ଅନୁସୂଚିତ ଜାତି ଓ ଜନଜାତିଙ୍କ ସୁରକ୍ଷା କ୍ଷେତ୍ରରେ ନୀତି ପ୍ରଣୟନ, ଶକ୍ତି ସଂରକ୍ଷଣ ଆଇନ, ସୂଚନା ଅଧିକା ଅଧିନିୟମ, ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ, ପ୍ରଧାନମନ୍ତ୍ରୀ ଆବାସ ମିଶନ, ସ୍ମାର୍ଟ ସିଟି ମିଶନ ଓ ଆତ୍ମନିର୍ଭର ଭାରତ ଅଭିଯାନ ଇତ୍ୟାଦି ଅନ୍ତର୍ଭୁକ୍ତ ।
ଦୀର୍ଘ ସ୍ଥାୟୀ ଓ ସାମଗ୍ରୀକ ବିକାଶ କ୍ଷେତ୍ରରେ ଗୁରୁ ଦାୟିତ୍ୱ ରହିଛି । ବିଶ୍ୱଶାନ୍ତି ଓ ନିରାପତ୍ତା ଆମର ପ୍ରାଥମିକ ଲକ୍ଷ ଅଟେ । ଧନୀ ଓ ଗରିବ ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରି ପରିବେଶ ସୁରକ୍ଷା ଓ ସନ୍ତୁଳନ ଦିଗରେ ଆମକୁ କାର୍ଯ୍ୟ କରିବାକୁ ପଡିବ । ଡିଜିଟାଲ୍ ଟ୍ରାନ୍ସଫର ମିଶନ ମାଧ୍ୟମରେ ଆମକୁ ଉନ୍ନତି ପଥରେ ଆଗୋଇବାକୁ ପଡିବ । କ୍ଷୁଧା ମୁକ୍ତ ବିଶ୍ୱ ପ୍ରତିଷ୍ଠା ଦିଗରେ ଭାରତ ଆଗାମୀ ଦିନର ନେତୃତ୍ୱ ନେଇପାରିବ ବୋଲି ଶ୍ରୀମତୀ ପାଢୀ ପ୍ରକାଶ କରିଛନ୍ତି । ଏହି ଅବସରରେ ଲୋକସଭାର ବାଚସ୍ପତି ଶ୍ରୀ ଓମ୍ ବିର୍ଲା ରାଜ୍ୟ ସଭାର ଉପାଧକ୍ଷ ଶ୍ରୀ ହରିବଂଶ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ପ୍ରମୁଖ ଯୋଗ ଦେଇଛନ୍ତି ।
Comments are closed, but trackbacks and pingbacks are open.