ତିର୍ତୋଲ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମହାଘୋଟାଲା ହୋଇଥିବା ଅଭିଯୋଗ

Get real time updates directly on you device, subscribe now.

{ତିର୍ତୋଲ୍ ରୁ ପ୍ରସନ୍ନଜିତ ଦାସ } : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାଯ୍ୟାଳୟରେ ସରକାର ଙ୍କ ଅନୁଦାନରେ ଚାଲୁଥିବା କାଯ୍ୟକ୍ରମ ରେ ମହା ଘୋଟାଲା ହୋଇଥିବା ଅଭିଯୋଗ। ସରକାର ଙ୍କ ନୀତି ନିୟମ କୁ ଜଳାଞ୍ଜଳୀ ଦେଇ ଯେନତେନ ପ୍ରକାର ସରକାର ଙ୍କ କାଯ୍ୟକ୍ରମ କୁ ପରିଚାଳନା କରି ଅର୍ଥ ଆତ୍ମସାତ କରିବା ମୂଳଲକ୍ଷ୍ୟ ବୋଲି ଚର୍ଚ୍ଚା ଜୋର ଧରିଛି । ଏଥିରେ କାର୍ପଟଦାର ସାଜିଥିବା କିଛି ସି.ଆର.ସି.ସି ବୋଲି ଅଭିଯୋଗ ହେଉଛି। ଅନୁସନ୍ଧାନରୁ ଜଣାପଡ଼ିଛି Children with special needs କାର୍ଯ୍ୟକ୍ରମ ମଣ୍ଡଳ ଅନ୍ତନିବେଶୀ ଶିକ୍ଷା ସାଧନ କେନ୍ଦ୍ର ୨୦୨୩-୨୦୨୪ ର କାର୍ଯ୍ୟକ୍ରମ ତା.୧୬.୦୭.୨୦୨୪ ରିଖ ଦିନ ହୋଇଥିଲା । ଯାହା ନିୟମ ଧାରା ୩ ଡ଼ିସେମ୍ବର ” ଆନ୍ତରଜାତୀୟ ଭିନକ୍ଷମ ଦିବସ ” ପୂର୍ବରୁ ଏହି କାର୍ଯ୍ୟକ୍ରମ ସମାପନ ହେବାକଥା | କେଉଁ ଉଦ୍ଦେଶ୍ୟରେ ନିର୍ଧାରିତ ସମୟ ରେ ଆୟୋଜିତ ହେଲାନାହିଁ, ଯାହାକୁ ନେଇ ଏକ ପ୍ରଶ୍ନବାଚି ସୃଷ୍ଟି ହୋଇଛି | ଉକ୍ତ କାର୍ଯ୍ୟକ୍ରମ ପାଇଁ ଥିବା ଅନୁଦାନ କାର୍ଯ୍ୟକ୍ରମ ଆୟୋଜନ ନହୋଇ ଅଗ୍ରିମ ଆକାରରେ ସି.ଆର.ସି.ସି. ଯାହାର ଆଡ଼ଭାଇସ ନଂ – C032472685551. ତା ୨୭.୦୩.୨୦୨୪ ରିଖ ରେ ୩୫୦୦୦ ଟଙ୍କା ରଂଜନୀକାନ୍ତ ବେହେରା ଙ୍କ ବ୍ୟକ୍ତିଗତ ସଞ୍ଚୟ ଖାତା କୁ ଯାଇଥିବା ଅଭିଯୋଗ । ଏହା ସରକାର ଙ୍କ ନିୟମ ବିରୁଦ୍ଧ ହୋଇଥିଲେ ସୁଦ୍ଧା ଏହି ଅର୍ଥ କାହିଁକି ଏବଂ କାହା ନିର୍ଦ୍ଧେଶରେ ସି.ଆର.ସି.ସି ଙ୍କ ଆକାଉଣ୍ଟ କୁ ଗଲା ଏହାର ବିଧିବଦ୍ଧ ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡିବ ବୋଲି ଚର୍ଚ୍ଚା ହେଉଛି । ଉକ୍ତ କାଯ୍ୟକ୍ରମ କୁ ମଣ୍ଡଳ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ପରିଚଳନା କରିବାର ନିର୍ଦ୍ଦେଶ ଥିଲେ ମଧ୍ୟ ଏହି ଦୁଇ ଅଧିକାରୀଙ୍କ ଅନୁପସ୍ଥିତିରେ ଆୟୋଜନ କରାଗଲା କିପରି | ଦୁଇ ଜଣ ସି.ଆର.ସି.ସି ଏହି କାର୍ଯ୍ୟକ୍ରମ କୁ ପରିଚଳନା କରିବା କେତେଦୂର ଆଇନ ସନମତ ତାହା ତଦନ୍ତ ସାପେକ୍ଷ୍ୟ | ତିର୍ତୋଲ ବ୍ଲକ ର ୨୯ ପଞ୍ଚାୟତ ର ଭିନ୍ନକ୍ଷମ ଛାତ୍ରଛାତ୍ରୀ ,ମାତ୍ର ୨୨ ଜଣ ଙ୍କ ଉପସ୍ଥିତି ଚିନ୍ତାର କାରଣ ହୋଇଥିଲା ବେଳେ ଏଥିପାଇଁ ବ୍ଲକ ରିସର୍ଚ୍ଚ ଟ୍ରେନର ସ୍ୱର୍ଣ୍ଣପ୍ରଭା ନାୟକ,ପ୍ରମୋଦ ମଲ୍ଲିକ ଅଛନ୍ତି । ଏହି କାଯ୍ୟକ୍ରମରେ ଚିତ୍ରାଙ୍କନ,ଗୀତ, ମ୍ୟୁଜିକ୍ ଚେୟାର,ସାଧାରଣଜ୍ଞାନ ପାଇଁ ପ୍ରତିଯୋଗିତା ହୋଇଥିଲା । ଏହାର ଆୟୋଜକ ସାଜିଥିଲେ ବିଚାରକ ଦୁଇ ଜଣ ସି.ଆର.ସି.ସି ବେଆଇନ ଭାବେ ବିଚାରକ ହେଲେ ତାହା ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି ।ଶ୍ରେଣୀ ଗୃହରେ ମ୍ୟୁଜିକ୍ ଚେୟାର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ହୋଇ ପ୍ରତିଯୋଗିତା ହୋଇଥିଲା ।

ପ୍ରତିଯୋଗିତା କୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଉପସ୍ଥିତ ଥିବା ଅବିଭାବକ । କଥାରେ ଅଛି ( ଖଜୁରୀ ଗଛ ର କି ଗୁଣ ଗାଇବି ମୂଳ ରୁ ପାହାଚ ପାହାଚ ପରି ) କୋମଳ ମତି ଛାତ୍ରଛାତ୍ରୀ ମାନଙ୍କୁ ଦେଇଥିବା ୫ ଟଙ୍କିଆ ବିସ୍କୁଟ ଓ ମଧ୍ୟାନ୍ନ ଭୋଜନ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି।ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିବା ନିୟମ ଥିଲେ ମଧ୍ୟ କଣ ପାଇଁ ପୁରସ୍କାର ଦିଆଗଲା ନାହିଁ…? ନିମ୍ନମାନ ର ପୋଷାକ ବିତରଣ,ଛାତ୍ରଛାତ୍ରୀ ଙ୍କ ଗସ୍ତ ଖର୍ଚ୍ଚ ବାବଦକୁ ମୁଣ୍ଡ ପିଛା ୫୦ ଟଙ୍କା ବଣ୍ଟନ କରାଯାଇଥିଲା । ଏହି ଅର୍ଥକୁ ସି.ଆର.ସି.ସି ରଂଜନୀକାନ୍ତ ବେହେରା ବାଣ୍ଟିଥିଲେ । ଏହି ଅର୍ଥକୁ ବାଣ୍ଟିବା ପାଇଁ କିଏ ନିର୍ଦେଶ ଦେଇଥିଲା ଏ ବିଷୟ ରେ ତିର୍ତୋଲ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କୁ ପଚାରିବାରୁ ତାଙ୍କର ଉତ୍ତର ଥିଲା, ମୁଁ ଅନୁପସ୍ଥିତ ଅଛି ଅଫିସ ଗଲେ କଣ ହୋଇଛି ବୁଝିକି ଜଣେଇବି | ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜନ କିଭଳି କରାଗଲା ଏହାକୁ ଉଚ୍ଚସ୍ତରୀୟ ତଦନ୍ତ ପରିସର ଭୁକ୍ତ କରାଗଲେ ସତ୍ୟାସତ ଜଣାପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons