{ ଜଗତସିଂହପୁରରୁ ରକେଶ କୁମାର ରାୟଙ୍କ ରିପୋର୍ଟ } : ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ସଭାଗୃହରେ 8 ଟି ବ୍ଲକର 33 ଜଣ ସରପଞ୍ଚ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମାନଙ୍କର ତମାଖୁ ନିୟନ୍ତ୍ରଣ ଜନିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘ୍ନ ଦାଶ. ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ,ଦାନ୍ତ ବିଶେଷଜ୍ଞ ଡାକ୍ତର ଆଲଫା ମହାନ୍ତି, Epidemiologist ଡାକ୍ତର ସ୍ମୃତିରଞ୍ଜନ ପଣ୍ଡା ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା, ଆସିଷ୍ଟାଣ୍ଟ ମ୍ୟାନେଜର ଅନିତା ଦାଶ, ପ୍ରମୂଖ . ଉପସ୍ଥିତ ରହି ତମାଖୁ ବ୍ୟବହାରର ଭୟIବହତା ଓ ସରକାରଙ୍କ କୋଟପା ଆଇନୀ ବିଷୟରେ ଅବଗତ କରାଇଥିଲେ I ଗୋଷ୍ଠୀ ସ୍ତରରେ ସରପଞ୍ଚ ଙ୍କର ଭୂମିକା ଯାହାଦ୍ୱାରା ତମାଖୁ ମୁକ୍ତ ଗ୍ରାମ ହୋଇପାରିବ ଓ ଏଥି ଜନିତ ବିଭିନ୍ନ୍ ଅଣସଂକ୍ରାମକ ରୋଗ ଯଥା: ଉଚ ରକ୍ତଚାପ, ମଧୁମେୟ ଓ କର୍କଟ ଭଲି ମାରାତ୍ମକ ରୋଗ ଗୁଡିକର ପ୍ରତିରୋଧ ହୋଇପାରିବ, ସେଥିପାଇଁ ଆମେ ସମସ୍ତେ ଏକାଠି ହୋଇ ଏ ଦିଗରେ କାମ କରିବା ଉଚିତ I ଆଜିର ଦିନରେ ତମାଖୁର ବ୍ୟବହାର ବହୁଳ ହେଉଛି, ତେଣୁ ସେସବୁ କୁ ନିୟନ୍ତ୍ରଣ କରିବା ନିମନ୍ତେ ବିଦ୍ୟାଳୟ, କଲେଜ ଇତ୍ୟାଦି ପରିସରରେ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମ ଚାଲିଛି, ଜିଲ୍ଲାରେ ମଧ୍ୟ ଏକ ତମାଖୁ ବିରତି କେନ୍ଦ୍ର ରହିଛି I ଯେଉଁମାନେ ଛାଡିବାକୁ ଚାହିଁବେ ଯୋଗାଯୋଗ କରିପାରିବେ ଏବଂ ପରାମର୍ଶ ନେଇପାରିବେ I ଉକ୍ତ କାର୍ଯ୍ୟକ୍ରମରେ. ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ଓ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ I ଶେଷରେ ଆସିଷ୍ଟାଣ୍ଟ ମ୍ୟାନେଜର ଅନିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ I
Comments are closed, but trackbacks and pingbacks are open.