ଟ୍ରାକ୍ଟର ଓ କୃଷି ଯନ୍ତ୍ରପାତି ଚାଳନା ଓ ରକ୍ଷଣା ବେକ୍ଷଣ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ

Get real time updates directly on you device, subscribe now.

{ ଜଗତସିଂହପୁରରୁ ରକେଶ କୁମାର ରାୟଙ୍କ ରିପୋର୍ଟ } : କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ପ୍ରୟାସରେ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଟ୍ରାକଟର ଓ କୃଷି ଯନ୍ତ୍ରପାତି ପରିଚାଳନା ଓ ରକ୍ଷଣା ବେକ୍ଷଣ ସମ୍ବନ୍ଧୀୟ ଏକ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମ ତା ୦୨.୦୯.୨୦୨୪ ରୁ ତା ୦୬.୦୯.୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି I ଏହି କାଯ୍ୟକ୍ରମଟିକୁ କୃଷି ବିଜ୍ଞାନ କେନ୍ଦ୍ରର କୃଷି ଯନ୍ତ୍ରପାତି ବୈଜ୍ଞାନିକ ଡ଼. ଦ୍ୱାରିକା ମୋହନ ଦାସ ପରିଚାଳନା କରିଥିଲେ I ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୩୦ ଜଣ ଚାଷୀଭାଇ ଓ ୫ ଜଣ କୃଷିଜିବି ମହିଳା ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ I ଅଂଶ ଗ୍ରହଣ କରିଥିବା ଚାଷୀ ଭାଇ ଓ ଭଉଣୀ ମାନେ ବିଭିନ୍ନ ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର, ଉପକାରିତା, ମୂଲ୍ୟ, ରିହାତି ଓ ଯନ୍ତ୍ରପାତି ଚଳନା ସମୟରେ ନିଆଯାଉଥିବା ସାବଧାନତା ଆଦି ବିଷୟରେ ଜାଣିବା ସହ, ବିଭିନ୍ନ ଯନ୍ତ୍ରପାତି ଯଥା କୋଡା ଯନ୍ତ୍ର, ମାଟି ଖୋଳl ଆଗର, ଡାଲି କଳ ଇତ୍ୟାଦି ଚଲେଇଥିଲେ I ଏଥିସହିତ ଯୁବ ଚାଷୀ ଓ ମହିଳା ଚାଷୀ ମାନଙ୍କୁ ସୁରକ୍ଷିତ ଭାବେ ଟ୍ରାକ୍ଟର ଚଳାଇବା ଓ ରକ୍ଷଣା ବେକ୍ଷଣ ବିଷୟରେ ସଚେତନତା ପ୍ରଦାନ କରାଯାଇଥିଲା I ବିଭିନ୍ନ ସୂକ୍ଷ୍ମ ଜଳସେଚନ ପ୍ରଣାଳୀ ଯଥା ବୁନ୍ଦା ଓ ଛିଞ୍ଚନ ଜଳସେଚନର ଉପକାରିତା ଉପରେ ଚାଷୀ ମାନଙ୍କୁ ଅବଗତ କରାଯାଇଥିଲା I ତାଲିମ କାର୍ଯ୍ୟକ୍ରମର ଶେଷଦିନ ଡ୍ରୋନ୍ ଉଡାଣ କରାଯାଇ ଧାନରେ ତୃଣକ ନାଶକ ପ୍ରୟୋଗ କରାଯାଇଥିଲା I ଏହି କାଯ୍ୟକ୍ରମରେ ଇଁ ସନ୍ତୋଷ କୁମାର ନାୟକ, ପ୍ରଶାନ୍ତି ଶର୍ମା, ସର୍ବଭାରତୀୟ ତୃଣକ ଗବେଷଣା ପ୍ରକଳ୍ପ, ଓ.ୟୁ.ଏ.ଟି, ପକ୍ଷରୁ କ୍ଷେତ୍ର ବିଜ୍ଞାନୀ ଡ଼. ଏମ୍ ଅବଦୁଲ୍ ଅଲିମ୍ ଯୋଗଦେଇଥିଲେ I ଯନ୍ତ୍ରପାତି କମ୍ପାନୀ ମଧ୍ୟରେ ଜୟ କିସାନ, ରାହାମା ଓ ପ୍ରିମିୟର ଇରିଗେସନ ଯୋଗଦେଇଥିଲେ I ପରିଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବିଜ୍ଞାନିକ ଓ ମୁଖ୍ୟ ଡ. ଜୀବନଜିତ ସେନ ମାନପତ୍ର ପ୍ରଦାନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଦେବାଶିଷ ପଣ୍ଡା, ଡ଼. ପ୍ରଦୀପ୍ତ ମାଝୀ, ସସ୍ମିତା ପୁରୋହିତ ଏବଂ ସରିତା ଦାସ ପ୍ରମୁଖ ତାଲିମ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons