ବାଲିକୁଦା ବ୍ଲକ ଗଇଠୀପୁର ଠାରେ ପ୍ରାଣୀ ଚିକିତ୍ସା ତଥା କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ ତାଲିମ ଶିବିର

Get real time updates directly on you device, subscribe now.

(ଜଗତସିଂହପୁର ରାକେଶ କୁମାର ରାୟ ଙ୍କ ରିପୋର୍ଟ ) : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵର ଅଧିନସ୍ଥ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ସମ୍ବନ୍ଧୀୟ ସଠିକ୍ ଯୋଗାଣ ଓ ଶରୀର କ୍ରିୟା ମାଧ୍ୟମରେ ପ୍ରାଣୀମାନଙ୍କର ପ୍ରଜନନ କ୍ଷମତା ଅଭିବୃଦ୍ଧି ପରିଯୋଜନା (NPAERPA), ପଶୁ ସଂପଦରେ ଯାନ୍ତ୍ରୀକିକରଣ, ପ୍ରାଣୀ ସଂପଦ ବିକାଶ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁରର, ପାନଲତା ରାମଚନ୍ଦ୍ର ମିଶନ ଏବଂ ବାଲିକୁଦା ପିପୁଲସ ଆସୋସିଏସନ୍ ମିଳିତ ପ୍ରୟାସରେ ବାଲିକୁଦା ବ୍ଲକ୍, ଗଇଠୀପୁରର ବୁଢ଼ୀ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ଏକ ତାଲିମ ଶିବିର ତଥା ପ୍ରାଣୀ ଚିକିତ୍ସ ଶିବିର ଅନୁଷ୍ଠିତ ହୋଇଅଛି।


ପିପୁଲସ ଆସୋସିଏସନ୍ର ସଭାପତି ଡଃ ପ୍ରମୋଦ କୁମାର ବିଶ୍ବାଳ ଏବଂ ସଂପାଦକ ପ୍ରଫେସର ଜ୍ଯୋତିରଞ୍ଜନ ଦାସଙ୍କ ପ୍ରୟାସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗାଈ ମାନଙ୍କର ଗର୍ଭାପରିକ୍ଷା ତଥା ପ୍ରଜନନ ସମ୍ବନ୍ଧୀୟ ରୋଗର ଚିକିତ୍ସା ତଥା ଉପଶମ ପାଇଁ NPAERPAର ପ୍ରକଳ୍ପ ମୁଖ୍ୟ ଡଃ କାମଦେବ ସେଠୀ ଔଷଧ ବଣ୍ଟନ କରିଥିଲେ। ପ୍ରଫେସର ବିଜୟ କୁମାର ପାତ୍ର, ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ସିମ୍ଫୋନୀ ମହାନ୍ତି, ଡଃ ମଧୁସ୍ମିତା ମିଶ୍ର, ଡଃ ସାସ୍ୱତ ପଟ୍ଟନାୟକ,ଡଃ ଜ୍ଯୋତିରଞ୍ଜନ ମହାନ୍ତି ଏବଂ ଡଃ ଦେବାଶିଷ ବିଶ୍ଵାଳ ଗାଇମାନଙ୍କ ଚିକିତ୍ସା କରିଥିଲେ। ପଶୁଶକ୍ତିର ଯାନ୍ତ୍ରୀକିକରଣ ପ୍ରକଳ୍ପ ତରଫରୁ ପ୍ରାଣୀ ବୈଜ୍ଞାନିକ ଡଃ ପାର୍ଥ ସାରଥୀ ସ୍ବାଇଁ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁରର ବୈଜ୍ଞାନିକ ଡଃ ଦ୍ବାରିକା ମୋହନ ଦାସ ବିଭିନ୍ନ ବଳଦ ଟଣା ଯନ୍ତ୍ରପାତି ଏବଂ ତାହାର ଉପଯୋଗ ଉପରେ ବିବରଣୀ ରଖିଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର, ଜଗତିଂହପୁରର ତରଫରୁ ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡଃ ଜିବନଜିତ୍ ସେନ୍ ଘାସ ଚାଷ ସମ୍ବନ୍ଧୀୟ ବିବରଣୀ ଦେବା ସହିତ ଚାଷୀ ମାନଙ୍କୁ ହାଇବ୍ରିଡ଼ ନାପିଅର ଘାସଚାରା ବଣ୍ଟନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons