ବଢୁଛି ଜଳସ୍ତର, ଚିନ୍ତାରେ ଆଳିବାସୀ

Get real time updates directly on you device, subscribe now.

{ କେନ୍ଦ୍ରାପଡ଼ା ବ୍ୟୁରୋ } : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ଧୋୟାଞ୍ଚଳ ସହ ବିଭିନ୍ନ ଅଂଚଳରେ ବନ୍ୟା। ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇ ପଡ଼ିଥିବା ବେଳେ ଆଳି ବ୍ଲକ ର ୧୭ ପଞ୍ଚାୟତ ର ୬୫ ହଜାର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ରେଙ୍ଗାଲି ଡ୍ୟାମ ରୁ ବ୍ରାହ୍ମଣୀ ନଦୀ ଦେଇ ୧ ଲକ୍ଷ ୨୦ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଆଜି ପୂର୍ଣ୍ଣମୀ ରେ ଜଳ ସ୍ତର ଫୁଲିବା ନେଇ ଲୋକେ ପୂର୍ବରୁ ଭୟଭୀତ ଥିବା ବେଳେ ତାହା ଆଜି ଆଳି ରେ ଦେଖିବାକୁ ମିଳିଛି।ପୂର୍ବରୁ ଦୁର୍ବଳ ଥିବା ରିଙ୍ଗ ବନ୍ଧ କୁ ନେଇ ଏବେ ବି ଲୋକେ ଚିନ୍ତାରେ। ଚଳିତ ବର୍ଷ ଚତୁର୍ଥ ଥର ବନ୍ୟାରେ ଆଳି ର ବ୍ରାହ୍ମଣୀ, ଖରସ୍ରୋତା ଓ ଏହାର ଶାଖା ନଦୀ କାଣୀ ରେ ବନ୍ୟାଜଳ ଆସିଥିବା ବେଳେ ଆଳି ବ୍ଲକର ଏବେ ବିପଦ ଘେରରେ। ବିଶେଷକରି ଆଳି ବ୍ଲକର ଧୋୟା ଅଂଚଳର ପାଖାପାଖି ୬୫ହଜାର ଲୋକେ ଜଳବନ୍ଦୀ ହେବା ଶହ ୮୨୦୦ ହେକ୍ଟର ଚାଷ ଜମି ବୁଡି ଗଲାଣି। ଯିବା ଆସିବା ପାଇଁ ମୁଖ୍ୟରାସ୍ତା ଉପରେ ୬ ଫୁଟ ଉଚ୍ଚ ର ପାଣି ପ୍ରବାହିତ ହେଉଛି। ସେମାନଙ୍କର ଯାତାୟତର ମାଧ୍ୟମ ହେଉଛି ଡ଼ଙ୍ଗା। ପ୍ରଶାସନ ପକ୍ଷ ରୁ ଆଳି ମାନପୁର ନିକଟ ଘୋସରା ରେ ଏକ ଡ଼ଙ୍ଗା ଯୋଗାଇ ଦିଆଯାଇଥିବା ବେଳେ ଏହା ପର୍ଯ୍ୟାପ୍ତ ହେଉ ନ ଥିବାରୁ ଏଠାରେ ନିୟୋଜିତ ଥିବା ଅନ୍ୟ ଘରୋଇ ଡ଼ଙ୍ଗା ୧୦୦ ରୁ ୨ ଶହ ଟଙ୍କା ନେଉଥିବା ନେଇ ସାଧାରଣ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ଚତୁର୍ଥ ଥର ବନ୍ୟା ଆସିବାରୁ ଆଜିକୁ ୪ ଦିନ ହେବ ଆଳି ଧୋୟା ଅଞ୍ଚଳର ଗୋବିନ୍ଦପୁର, ଜୁଆଣିଆ, ଏରଡ଼ଙ୍ଗ, ପାଳିମି, କେତୁଆପାଳ, ସଂସିଧା, ଡ଼ିମିରିପାଳ, ଦେସାହି, ଅର୍ଗଳ, ପେତପଡ଼ା ଆଦି ୧୦ ପଞ୍ଚାୟତ ସମେତ ପଦିନୀପାଳ, କୋଲଢିଅ, ଏକମାଣିଆ, ନରେନ୍ଦ୍ରପୁର, ମାଣିକପାଟଣା, ବଡାମ୍ବିଳା, ନୂଆପଡ଼ା ପଞ୍ଚାୟତର ବହୁ ଗ୍ରାମ ପାଣି ଘେରରେ ରହିଛି। ଗୃହପାଳିତ ପଶୁ ଜଳବନ୍ଦୀ ରେ ଜୀବନ ବିତାଉଛନ୍ତି।ଘର ଦୁଆର ମୁହଁ ରେ ଆଣ୍ଠୁଏ ଉଚ୍ଚ ର ପାଣି ଥିବାରୁ ରାତିହେଲେ କୁମ୍ଭୀର ଓ ବିଷାକ୍ତ ସାପର ଭୟ। ଗାଈ ଗୋରୁ, ଛେଳି, ମେଣ୍ଢା ଭୋକ ଉପାସ ରେ ବନ୍ଧା ହୋଇ ରହିଛନ୍ତି। ପ୍ରଶାସନ ତୁରନ୍ତ ସେମାନଙ୍କ ଯାତାୟତ ପାଇଁ ଡ଼ଙ୍ଗା, ପିଇବା ପାଇଁ ପାଣି, ଗାଈ ଗୋରୁ ଙ୍କ ପାଇଁ ଗୋଖାଦ୍ୟ ଓ ସାଧାରଣ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି l ତେବେ ପ୍ରଶାସନିକ ସ୍ତରରେ କୌଣସି ସାହାଯ୍ୟ ସହଯୋଗ ମିଳୁନଥିବା ନେଇ ଲୋକେ ଅଭିଯୋଗ କରୁଥିବା ବେଳେ, ଜିଲ୍ଲାପାଳ ଆର ରଘୁରାମ ଆୟାର କହିଛନ୍ତି, ଲୋକଙ୍କ ନିକଟରେ ପ୍ରଶାସନ ନିଶ୍ଚିନ୍ତ ପହଁଚୁଛି ଯେଉଁଠି ଡ଼ଙ୍ଗା ର ଆବଶ୍ୟକ ସେଇଠି ଡ଼ଙ୍ଗା, ଯେଉଁଠି ଗୋଖାଦ୍ୟ ଓ ପାନୀୟ ଜଳ ର ଆବଶ୍ୟକ ସେହିଠାରେ ବ୍ଲକ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons