ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀଷ୍ଟିରେ ପ୍ରଭୁ ଶ୍ରୀ ଧନନ୍ତରିଙ୍କ ପୂଜା ଅନୁଷ୍ଠିତ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା କାଶୀ ନଗର ବ୍ଳକରେ ଥିବା ସ୍ୱାସ୍ଥ୍ୟ ବିଳାସ ଫାର୍ମାସିଷ୍ଟରେ ପ୍ରଭୁ ଶ୍ରୀ ଧନନ୍ତରୀ ଉତ୍ସବ ପାଳିତ ହୋଇ ଯାଇଛି।ସ୍ୱାସ୍ଥ୍ୟ ବିଳାସର ରାମ ନାଥ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜାକଙ୍କ ଦ୍ଵାରା ସକାଳୁ ପ୍ରଭୂ ଶ୍ରୀ ଧନନ୍ତରୀଙ୍କ ନୀତିକାନ୍ତି ସହିତ ଭୋଗ ନିବେଦନ,ଆଳତୀ ପ୍ରଦାନ,ହୋମ, ଘୃତ ଯଜ୍ଞ କରାଯାଇଥିଲା।ଭକ୍ତ ମାନେ ସାଙ୍ଗରେ ନଡିଆ କଦଳୀ ଧୂପ ଦୀପ ଫୁଲ ପ୍ରଭୃତି ପୂଜା ସାମଗ୍ରୀ ଧରି ପ୍ରଭୂ ଶ୍ରୀ ଧନନ୍ତରୀଙ୍କୁ ପୂଜାର୍ଚ୍ଚନା କରି ଆଶିଷ ନେଇଥିଲେ।ଏହି ପୂଜା କଲେ ଆରୋଗ୍ୟ, ଧନ ସମ୍ପତ୍ତି ସୁଖ ଶାନ୍ତି ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି।ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons