ଉକ୍ରଳମଣିଙ୍କ ଜନ୍ମପୀଠରେ ୫-ଟି ସଚିବ :ଜ୍ଞାନର କେନ୍ଦ୍ର ହେବ ସୁଆଣ୍ଡୋ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମ କେବଳ ଏକ ପର୍ଯ୍ୟଟନସ୍ଥଳୀ ନୁହେଁ ଜ୍ଞାନର କେନ୍ଦ୍ର ଭାବରେ ବିକଶିତ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ କାର୍ଯ୍ୟ ଆରମ୍ଭ ହୋଇଛି । ଉକ୍ରଳମଣିଙ୍କ ତ୍ୟାଗପୂତ ଜୀବନ ଓ ଆଦର୍ଶର ପ୍ରଚାର ପ୍ରସାରରେ ମଧ୍ୟ ଏହା ସହାୟକ ହେବ । ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ଯୋଜନାକୁ ଅନୁମୋଦନ କରିଛନ୍ତି । ତାଙ୍କ ଜନ୍ମସ୍ଥାନ ପ୍ରତି ଓଡ଼ିଆଙ୍କର ତୀର୍ଥକ୍ଷେତ୍ର ବୋଲି କହିଛନ୍ତି ୫-ଟି ସଚିବ ଭି. କେ ପାଣ୍ଡିଆନ୍ । ଶନିବାର ଶ୍ରୀ ପାଣ୍ଡିଆନ୍ ଉକ୍ରଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ଯାଇ ସେଠାରେ ହେଉଥିବା ଉନ୍ନୟନ କାର୍ଯ୍ୟ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି ।
ପ୍ରଥମେ ୫-ଟି ସଚିବ ଗୋପବନ୍ଧୁଙ୍କ ଷଠିଘରକୁ ଯାଇ ଶ୍ରଦ୍ଧା ନିବେଦନ କରିଥିଲେ । ପରେ ଗୋପବନ୍ଧୁଙ୍କ ଦାୟାଦମାନଙ୍କୁ ଭେଟି ସ୍ମୃତିପୀଠ ବିଷୟରେ ଆଲୋଚନା କରିଥିଲେ । ଉକ୍ରଳମଣିଙ୍କ ଜନ୍ମ ପୀଠର ବିକାଶ ପାଇଁ ରାଜ୍ୟସରକାରଙ୍କ ଦ୍ୱାରା ହେଉଥିବା ପୁନରୁଦ୍ଧାର କାର୍ଯ୍ୟକୁ ଦାୟାଦମାନେ ଉଚ୍ଚ ପ୍ରଶଂସା କରିଥିଲେ । ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମକୁ ଉନ୍ନତ ରାସ୍ତା, ପରିକ୍ରମା ରାସ୍ତା, ପାର୍କ, ମୁ୍ୟଜିୟମର ନିର୍ମାଣ କାର୍ଯ୍ୟକୁ ଶ୍ରୀ ପାଣ୍ଡିଆନ୍ ବୁଲି ଦେଖିଥିବା ବେଳେ ୩ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହି ପରିକଳ୍ପନାରେ ଦୁଇଟି ପୋଖରୀର ବିକାଶ, ପୈତୃକ ଘରର ପୁନରୁଦ୍ଧାର, ପରିକ୍ରମା ରାସ୍ତା, ପୀଠରେ ଉଦ୍ୟାନ ନିର୍ମାଣ, ସଂଗ୍ରହାଳୟ ନିର୍ମାଣ ହେଉଛି । ନିର୍ମାଣ ଚାଲିିଥିବା ପାର୍କିଂ ପ୍ଲେସ, ଅଭ୍ୟର୍ଥନା ପ୍ରକୋÂ ଓ ମନ୍ଦିର କାର୍ଯ୍ୟକୁ ମଧ୍ୟ ବୁଲି ଦେଖିଥିଲେ ।
୫-ଟି ସଚିବ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ବିଭିନ୍ନ ସାମଗ୍ରୀକୁ ନେଇ ମୁ୍ୟଜିୟମ୍ ଓ ପୋଖରୀର ବିକାଶ କାମ ଅନୁଧ୍ୟାନ କରିଥିଲେ । ଉକ୍ରଳମଣିଙ୍କର ୧୫ ଫୁଟ ଉଚ୍ଚର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ ନେଇ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ପ୍ରାୟ ୨୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଏବଂ ସୂଚାରୁ ରୂପେ ଶେଷ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଏ ଦିଗରେ ଗ୍ରାମବାସୀଙ୍କ ସହଯୋଗ ମଧ୍ୟ ସେ କାମନା କରିଥିଲେ । ଦୀର୍ଘ ୫୦ବର୍ଷ ପରେ ସୁଆଣ୍ଡୋରେ ଏଭଳି ଉନ୍ନତୀକରଣ କରାଯାଉଥିବାରୁ ଗ୍ରାମବାସୀ ବେଶ ଗୌରବାନ୍ୱିତ ମନେ କରିଥିଲେ ।
ଶନିବାର ସକାଳେ ୫-ଟି ସଚିବ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ପରିକ୍ରମା ପ୍ରକଳ୍ପ କାମ ଅନୁଧ୍ୟାନ ପାଇଁ ସୁଆଣ୍ଡୋ ଆସିଥିଲେ । ଏହି ସମୟରେ ଜିଲ୍ଲାର ସମସ୍ତ ବରିÂ ପ୍ରାଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons