କଲେଜ ଛାତ୍ର ନିଖୋଜ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଜଣେ ନାବାଳକ କଲେଜ ଛାତ୍ର ନିଖୋଜ ହୋଇଛନ୍ତି । ସେ ହେଲେ କୁମୁଲିପୁଟର ଦେବଦତ୍ତ ପତ୍ରୀ(୧୬) । ଏ ସମ୍ପର୍କରେ ସଦର ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଛି । ଦେବଦତ୍ତଙ୍କୁ ଖୋଜିବା ଲାଗି ବିଭିନ୍ନ ଥାନା ସହ ଯୋଗାଯୋଗ କରାଯାଇଥିବା ଆଇଆଇସି ଈଶ୍ୱର ତାଣ୍ଡି କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ୨୬ ତାରିଖ ସକାଳ ୮ଟାରେ ଦେବଦତ୍ତ ଘରୁ ବାହାରିଥିଲେ । ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ତାଙ୍କ ମୋବାଇଲ୍ ଫୋନ୍କୁ ଯୋଗାଯୋଗ କରାଯାଇଥିଲା । ଫୋନ୍ ସୁଇଚ୍ ଅଫ ଥିବାରୁ ଯୋଗାଯୋଗ ହୋଇପାରି ନଥିଲା । ପରିବାର ଲୋକ ଚାରିଆଡେ଼ ଖୋଜାଖୋଜି କରିଥିଲେ । ସମ୍ପର୍କୀୟଙ୍କୁ ପଚରାଉଚରା କରିଥିଲେ । ତଥାପି ତାଙ୍କ କୌଣସି ପତ୍ତା ମିଳି ନଥିଲା । ଆଜି ତାଙ୍କ ବାପା ଦୟନିଧି ପତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏସ୍ଆଇ ପ୍ରଶାନ୍ତକୁମାର ମହାନ୍ତି ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons